ପଡ଼ିଆରେ କୁନି ତେନ୍ଦୁଲକରଙ୍କୁ ଦେଖି ରହିପାରିଲେନି ସଚ୍ଚିନ୍, ଟୁଇଟ୍ କରି ଲେଖିଲେ ଏମିତି କଥା

ମୁମ୍ବାଇ: ସଚ୍ଚିନ୍ ତେନ୍ଦୁଲକର ପୁଣି ଥରେ ନିଜର ସହୃଦୟ ପଣିଆ ପ୍ରମାଣିତ କରିଛନ୍ତି। ତାଙ୍କୁ ଟ୍ୟାଗ କରି ଜଣେ ପ୍ରଶଂସକ କରିଥିବା ଟୁଇଟର ଜବାବ ଦେଇ ସେ ସମସ୍ତଙ୍କୁ ଆନନ୍ଦିତ କରାଇଛନ୍ତି। ପ୍ରଶଂସକ ଜଣକ  ତାଙ୍କ କୁନି ଭଣଜାର ଏକ ଫଟୋ ଟୁଇଟ୍ କରିଥିଲେ, ଯେଉଁଥିରେ ଶିଶୁଟି ଟିମ୍ ଇଣ୍ଡିଆର ୧୦ ନମ୍ବର ଜର୍ସି ପିନ୍ଧିବା ସହିତ ଏଥିରେ ତେନ୍ଦୁଲକର ଲେଖା ଯାଇଥିଲା। ଏହି ଫଟୋ ମାଧ୍ୟମରେ ସେ ସଚ୍ଚିନଙ୍କୁ ଶ୍ରଦ୍ଧାଜ୍ଞାପନ କରୁଛନ୍ତି ବୋଲି ଲେଖିଥିଲେ ।

କ୍ରିକେଟ୍  କିମ୍ବଦନ୍ତୀ ସଚ୍ଚିନ ତେନ୍ଦୁଲକର କ୍ରିକେଟରୁ ସନ୍ୟାସ ନେବାର ଦୀର୍ଘ ବର୍ଷ ହୋଇଯାଇଛି ସତ କିନ୍ତୁ ଆଜି ବି ସଚ୍ଚିନ କ୍ରିକେଟ ପ୍ରେମୀଙ୍କ ହୃଦୟରେ ଘର କରିଛନ୍ତି । କ୍ରିକେଟକୁ ପସନ୍ଦ କରୁଥିବା ବାପା-ମା’ ଚାହାନ୍ତି ତାଙ୍କ ପିଲା ବଡ ହୋଇ ସଚ୍ଚିନ ତେନ୍ଦୁଲକରଙ୍କ ଭଳି ହୁଅନ୍ତୁ । ଏଭଳି ପ୍ରେରଣାଦାୟକ ଟ୍ବିଟକୁ ଯେତେବେଳେ ସଚ୍ଚିନ ତେନ୍ଦୁଲକର ଦେଖିଥିଲେ, ସେତେବେଳେ ସେ ବିସ୍ମିତ ହେବା ସହ ଏହାର ଉତ୍ତର ରଖିଥିଲେ।

ସୂଚନା ଅନୁସାରେ, ଟ୍ବିଟରରେ ଆନନ୍ଦ ମେହେଟ୍ଟା ନାମକ ଜଣେ ବ୍ୟକ୍ତି ୧୦ ମାସର ନିଜର ଭଣଜା ଶ୍ରେଷ୍ଠଙ୍କର କିଛି ଫଟୋ ସଚ୍ଚିନଙ୍କୁ ଟ୍ୟାଗ୍ କରି ଟ୍ବିଟ୍ କରିଥିଲେ। ଫଟୋରେ ୧୦ ମାସର ଶ୍ରେଷ୍ଠଙ୍କ ଟିମ୍ ଇଣ୍ଡିଆର ନୀଳ ଜର୍ସି ପିନ୍ଧିଥିବା ଦେଖିବାକୁ ମିଳିଛି । ଜର୍ସିର ପଛରେ ୧୦ ନମ୍ବର ଲେଖା ହୋଇଥିବା ବେଳେ ଉପରେ ଲେଖା ହୋଇଛି ତେନ୍ଦୁଲକର। ଏହି କୁନି ତେନ୍ଦୁଲକରଙ୍କ ଫଟୋଟି ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଶ୍ରେଷ୍ଠଙ୍କର ଏହି ଫଟୋ କ୍ରିକେଟ ପଡିଆର, ଯେଉଁଠି ସେ ଏକ କିଟ୍ ବ୍ୟାଗ ଧରି ବସିଛନ୍ତି ଓ ଆଉ ଏକ ଫଟୋରେ ବ୍ୟାଟ୍ ଧରି ଠିଆ ହୋଇଛନ୍ତି।

ସଚ୍ଚିନ୍ ଟ୍ବିଟ୍ କରି ଜବାବ୍ ଦେଇ ଲେଖିଥିଲେ, କ୍ରିକେଟ୍ ପାଇଁ ଶ୍ରେଷ୍ଠ ଛୋଟ ନୁହେଁ। ଏଭଳି ଖୁବ୍ ସୁନ୍ଦର ଫଟୋ ସେୟାର କରିଥିବାରୁ ଧନ୍ୟବାଦ। ମୁଁ ୧୦ ମାସର ଶ୍ରେଷ୍ଠ ଓ ତାଙ୍କର ପରିବାରଲୋକଙ୍କୁ ଶୁଭେଚ୍ଛା ଜଣାଉଛି।’ ଆନନ୍ଦ ସଚ୍ଚିନଙ୍କୁ ଫଟୋଗୁଡ଼ିକୁ ଟ୍ୟାଗ୍ କରିଥିଲେ। କିନ୍ତୁ ସେ ଆଶା କରିନଥିଲେ ଯେ ସଚ୍ଚିନ ଏହା ଉପରେ ଉତ୍ତର ଦେବେ। ଆନନ୍ଦ ଯେତେବେଳେ ସଚ୍ଚିନଙ୍କ ଉତ୍ତର ଦେଖି ଦେଖିଲେ ସେ ମଧ୍ୟ ଆଶ୍ଚର୍ଯ୍ୟ ହୋଇଗଲେ। ଏବେ ଶ୍ରେଷ୍ଠଙ୍କ ଫଟୋ ଉପରେ ସଚ୍ଚିନଙ୍କ ଟ୍ବିଟ୍ ପରେ ସେ ଖୁବ୍ ଭାଇରାଲ ହେବାରେ ଲାଗିଛି ।

ସମ୍ବନ୍ଧିତ ଖବର