ନୂଆଦିଲ୍ଲୀ : ଭାରତୀୟ କ୍ରିକେଟ୍ର ଦୁଇ କିମ୍ବଦନ୍ତୀ ସଚିନ ତେନ୍ଦୁଲକର ଓ ମହେନ୍ଦ୍ର ସିଂହ ଧୋନି ଏକ ବିଜ୍ଞାପନ ସୁଟିଂ ପାଇଁ ଟେନିସ୍ କୋର୍ଟରେ ଏକାଠି ହୋଇଥିବା ଦେଖାଯାଇଛି। ଟେନିସ୍ କୋର୍ଟରୁ ବିଜ୍ଞାପନ ସୁଟିଂ ସମୟର କିଛି ଫଟୋକୁ ସାମାଜିକ ଗଣମାଧ୍ୟମରେ ଦେଖିବା ପରେ ପ୍ରଶଂସକମାନେ ପୁଣି ଥରେ ପୁରୁଣା ସ୍ମୃତିକୁ ସାଉଁଟିଛନ୍ତି।
ସଂଯୋଗବଶତଃ ଏହି ଦୁଇ କ୍ରିକେଟର୍ ଟେନିସ୍ର ମଧ୍ୟ ଜଣେ ଜଣେ ପ୍ରଶଂସକ। ୱିମ୍ବଲଡନ୍ ଓପନ୍ର ବିଭିନ୍ନ ମ୍ୟାଚ୍ ସମୟରେ ସଚିନ୍ଙ୍କୁ ଦେଖିବାକୁ ମିଳୁଥିଲା ବେଳେ ନିକଟରେ ଧୋନି ୟୁଏସ୍ ଓପନ୍ରେ ଖେଳାଳିମାନଙ୍କୁ ଉତ୍ସାହିତ କରିବାକୁ ଷ୍ଟାଡିୟମରେ ପହଞ୍ଚିଥିଲେ। ସଚିନ୍ ଓ ଧୋନି ଯଥାକ୍ରମେ ୨୦୧୩ ଓ ୨୦୧୯ ମସିହାରୁ ଆନ୍ତର୍ଜାତିକ କ୍ରିକେଟ୍ରୁ ଅବସର ନେଇସାରିଥିଲେ ବି ସେମାନଙ୍କ ପ୍ରଶଂସକଙ୍କୁ ମନୋରଂଜନ ଯୋଗାଇଦେବାରେ ହେଳା କରିନାହାନ୍ତି। ସଚିନ୍ ଏବେ ଅବସରପ୍ରାପ୍ତ ଖେଳାଳିମାନଙ୍କୁ ନେଇ ଆୟୋଜିତ ହୋଇଥିବା ଲିଜେଣ୍ଡ୍ସ ଟ୍ବେଣ୍ଟି-୨୦ ଲିଗ୍ରେ ଖେଳିଥିଲା ବେଳେ ଧୋନି ଏପର୍ଯ୍ୟନ୍ତ ଆଇପିଏଲ୍ ଖେଳିବା ଜାରି ରଖିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/10/Sachin-Tendulkar-and-MS-Dhoni-spotted-together-on-tennis-court-for-ad-shoot.jpg)