ମୁମ୍ବାଇ ସାରା ବିଶ୍ବରେ ଧୁମ୍ଧାମରେ ପାଳନ ହେଉଛି ଖ୍ରୀଷ୍ଟମାସ। କ୍ରୀଡ଼ାବିତ୍ ବି ଏଥିରୁ ବାଦ୍ ପଡ଼ିନାହାନ୍ତି। ନିଜ ନିଜ ଟ୍ବିଟର୍ ପୃଷ୍ଠାରେ ପ୍ରଶଂସକମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଭାରତୀୟ କିଂବଦନ୍ତି କ୍ରିକେଟର୍ ସଚିନ ତେନ୍ଦୁଲକର ବି କିପରି ହାତଛଡ଼ା କରିବେ। ସେ ମଧ୍ୟ ଏହି ଅବସରରେ ଶୁଭେଚ୍ଛା ବାର୍ତ୍ତା ଦେବା ସହ କୌତୁକିଆ ଭିଡିଓ ପୋଷ୍ଟ କରିଛନ୍ତି। ତାଙ୍କ ଦୁଇ ସନ୍ତାନ ସାରା ଓ ଅର୍ଜୁନକୁ ଦେଖିଲେ ସଚିନ ସାନ୍ତା ବୟସରେ ବୋଲି କେହି ବିଶ୍ବାସ କରିବେନି। କିନ୍ତୁ ଶୁକ୍ରବାର ସେ ଏକ ଭିଡିଓ ନିଜ ଟ୍ବିଟର୍ ପୃଷ୍ଠାରେ ପୋଷ୍ଟ କରିଛନ୍ତି। ଯେଉଁଥିରେ ସଚିନ ସାନ୍ତା ବେଶରେ ଦେଖିବାକୁ ମିଳିଛନ୍ତି। ଏହାର ଶିରୋନାମାରେ ସେ ଲେଖିଛନ୍ତି, ‘‘ସମସ୍ତଙ୍କୁ ମେରି ଖ୍ରୀଷ୍ଟମାସର ଶୁଭେଚ୍ଛା! ଖ୍ରୀଷ୍ଟମାସ ଦାନ ଓ ଏକତାର ଦିନ। ଛୋଟ ଛୋଟ ଉପାୟରେ ଆମେ ଆଖପାଖ ଲୋକଙ୍କ ପାଇଁ କିଛି ସ୍ବତନ୍ତ୍ର କରିବା। ଈଶ୍ବର ସମସ୍ତଙ୍କୁ ସୁଖରେ ରଖନ୍ତୁ’’। ଫୁଟ୍ବଲ୍ ତାରକା କ୍ରିଷ୍ଟିଆନୋ ରୋନାଲ୍ଡୋ ନିଜ ପତ୍ନୀ ଏବଂ ସନ୍ତାନ ସହ ଖ୍ରୀଷ୍ଟମାସ ପାଳନ କରିଛନ୍ତି। ଲିଭରପୁଲ ଓ ଇଜିପ୍ଟ ତାରକା ମହମ୍ମଦ ସାଲା ପତ୍ନୀ ମାଗି ସଦେକ ସାଲା ଓ ଝିଅ ମାକା ସାଲାଙ୍କ ସହ ଏହି ପର୍ବ ପାଳନ କରିଛନ୍ତି।
ସଚିନଙ୍କ ସାନ୍ତା ବେଶ
/sambad/media/post_attachments/wp-content/uploads/2020/12/54h5s6fh4f5s64fs564654f5s6hfshshsh.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)