ବାପାଙ୍କ ପଥରେ ପୁଅ: ଟିମ୍‌ ଇଣ୍ଡିଆ ଦଳରେ ସାମିଲ୍‌ ହେଲେ ସଚୀନଙ୍କ ସୁପୁତ୍ର ଅର୍ଜୁନ

ନୂଆଦିଲ୍ଲୀ: କ୍ରିକେଟ ଦୁନିଆର ଭଗବାନ କୁହାଯାଉଥିବା ସଚିନ ତେନ୍ଦୁଲକରଙ୍କ ପୁଅ ଅର୍ଜୁନ ତେନ୍ଦୁଲକରଙ୍କୁ ଭାରତୀୟ ଟିମରେ ମିଳିଲା ସ୍ଥାନ। ବାପାଙ୍କ ଭଳି କ୍ରିକେଟର ହେବା ପାଇଁ ଛୋଟବେଳୁ ଲକ୍ଷ୍ୟ ରଖିଥିବା ଅଜୁର୍ନଙ୍କର ଭାରତୀୟ ଟିମରେ ଖେଳିବା ଆଶା ପୂରଣ ହେବାକୁ ଯାଉଛି। ବାପାଙ୍କ ଭଳି ସଫଳ ଖେଳାଳି ହେବାକୁ ଲକ୍ଷ୍ୟ ରଖିଥିବା ଅର୍ଜୁନଙ୍କର ଭାରତୀୟ ଟିମରେ ଯାତ୍ରା ଆରମ୍ଭ ହୋଇଛି। ଅର୍ଜୁନଙ୍କୁ ଶ୍ରୀଲଙ୍କା ବିପକ୍ଷ ସିରିଜରେ ଭାରତୀୟ ଅଣ୍ଡର-୧୯ ଦଳରେ ସାମିଲ କରାଯାଇଛି।

ଶ୍ରୀଲଙ୍କା ଗସ୍ତରେ ଟିମ ଇଣ୍ଡିଆ ୨ଟି ଚାରି ଦିବସୀୟ ଓ ୫ଟି ଦିନିକିଆ ମ୍ୟାଚ ଖେଳିବ। ୧୮ ବର୍ଷୀୟ ଅର୍ଜୁନଙ୍କୁ ଶ୍ରୀଲଙ୍କା ବିପକ୍ଷ ୪ ଦିବସୀୟ ମ୍ୟାଚରେ ଖେଳିବାକୁ ସୁଯୋଗ ମିଳିପାରେ। କିନ୍ତୁ ତାଙ୍କୁ ୫ ମ୍ୟାଚ ବିଶିଷ୍ଟ ଦିନିକିଆ ଦଳରେ ସ୍ଥାନ ମିଳିନାହିଁ।  ୪ ଦିବସୀୟ ଦଳର ନେତୃତ୍ୱ ଦିଲ୍ଲୀର ୱିକେଟ କିପର ଅର୍ଜୁନ ରାୱତଙ୍କୁ ଦିଆଯାଇଛି। ସେହିଭଳି ଦିନିକିଆ ଟିମର ଅଧିନାୟକ ଭାବେ ଆର୍ଯ୍ୟନ ଜୁଏଲଙ୍କୁ ଦାୟିତ୍ୱ ଦିଆଯାଇଛି। ତେବେ ଅର୍ଜୁନ ତେନ୍ଦୁଲକରଙ୍କୁ ଅଲରାଉଣ୍ଡର ଭାବେ ଏହି ଟିମରେ ସାମିଲ କରାଯାଇଛି।

ସମ୍ବନ୍ଧିତ ଖବର