ଭାଲେଣ୍ଟାଇନ୍‌ସ ଡେ’ରେ ସଚିନଙ୍କ ‘ପ୍ରଥମ ପ୍ରେମ’

ମେଲବର୍ନ: ବିଶ୍ବବ୍ୟାପୀ ଭାଲେଣ୍ଟାଇନ୍ସ ଦିବସକୁ ଶୁକ୍ରବାର ପ୍ରେମୀଯୁଗଳ ମାନେ ମନଖୋଲାରେ ପାଳନ କରିଛନ୍ତି। ଭାରତୀୟ କ୍ରିକେଟ୍ କିଂବଦନ୍ତି ସଚିନ ତେନ୍ଦୁଲକକର କିନ୍ତୁ ଏକ ଭିଡିଓ ଟ୍ବିଟ୍‌ କରି ନିଜ ପ୍ରଥମ‌ ପ୍ରେମର ଖୁଲାସା କରିଛନ୍ତି। ବ୍ୟାଟିଂକୁ ନିଜ ପ୍ରଥମ ପ୍ରେମର ଆଖ୍ୟା ଦେଇଛନ୍ତି ଏହି ଭିଡିଓରେ। ଏଥିରେ କେହି ଦ୍ବିମତ ହୋଇନାହାନ୍ତି। ନିଜ ୨୪ ବର୍ଷର ଅନ୍ତର୍ଜାତୀୟ କ୍ରିକେଟ୍ ଜୀବନରେ ସଚିନ ଯେତେଥର ବ୍ୟାଟିଂ କରିବାକୁ ଆସିଥାନ୍ତି ପ୍ରଶଂସକମାନେ ସଚିନ ‌ସଚିନ୍‌ ସ୍ଲୋଗାନ୍‌ ଦେବାକୁ ଭୁଲି ନଥାନ୍ତି।‌

ଏପରିକି ନେଟ୍‌ସରେ ବ୍ୟାଟିଂ ବେଳେ ସଚିନଙ୍କୁ ଏଭଳି ସମର୍ଥନ‌ ଦେଇଥାନ୍ତି ପ୍ରଶଂସକମାନେ। ସମ୍ପ୍ରତି ଅଷ୍ଟ୍ରେଲିଆ ଗସ୍ତରେ ଥିବା ସଚିନ ମଧ୍ୟ ମେଲବର୍ନର ସାଉଥବ୍ୟାଙ୍କରେ ବସିଥିବାର ଏକ ଫଟୋ ଛାଡ଼ି ପ୍ରଶଂସକଙ୍କୁ ଭାଲେଣ୍ଟାଇନ୍ସ ଦିବସର ଖୁସି‌ ଦେଇଛନ୍ତି। କେବଳ ପ୍ରଶଂସକମାନେ ନୁହଁନ୍ତି, ସଚିନଙ୍କ ସହ ମଧ୍ୟ ସମସାମୟିକ ଖେଳାଳିମାନେ ମଜା କରିଛନ୍ତି। ‘କିସି କିସି କା କିସ୍‌ମତ ଆଛା ହୈ…ଛୁଟି ମନାତେ ରହୋ’‌ ବୋଲି ହିନ୍ଦିରେ ଲେଖିଛନ୍ତି ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲି। ସଚିନଙ୍କ ‘ପ୍ରଥମ ପ୍ରେମ’ ଘୋଷଣା ପରେ ଇରଫାନ୍ ପଠାନ ନିଜ ମଜାଦାର ଉତ୍ତରରେ ଲେଖିଛନ୍ତି ‘ଆଉ ଆପଣ ମୋ ପ୍ରଥମ ପ୍ରେମ’।

ସମ୍ବନ୍ଧିତ ଖବର