ଲକ୍ଷ୍ନୌ ସୁପର ଜିଆଣ୍ଟସ୍ ପାଇଁ ଆସିଲା ଦୁଃଖଦ ଖବର, କାର ଦୁର୍ଘଟଣାରେ ଆହତ ହେଲେ ଏହି ତିନି ବ୍ୟକ୍ତି

ନୂଆଦିଲ୍ଲୀ: ଆଜି ପଞ୍ଜାବ ବିପକ୍ଷରେ ଲଖନଉ ଲଢେଇ ଜାରି ରଖିଛି | ତେବେ ଆଜି ଲକ୍ଷ୍ନୌ ସୁପର ଜିଆଣ୍ଟସ୍ ପାଇଁ ଏକ ଦୁଃଖଦ ଖବର ସାମ୍ନାକୁ ଆସିଛି | ରିପୋର୍ଟ ଅନୁଯାୟୀ, କେ.ଏଲ୍ ରାହୁଲଙ୍କ ଅଧିନାୟକତ୍ୱ ଲକ୍ଷ୍ନୌ ସୁପର ଜିଆଣ୍ଟସ୍ ଦଳର ସିଇଓ ରଘୁ ଆୟର୍ ପଞ୍ଜାବ କିଙ୍ଗ୍ସ ବିପକ୍ଷ ମ୍ୟାଚ୍ ପୂର୍ବରୁ ଏକ କାର ଦୁର୍ଘଟଣାରେ ଆହତ ହୋଇଛନ୍ତି। ସେ ଟିମ ବସ୍ ପଛରେ ଥିଲେ।

ମିଳିଥିବା ସୂଚନା ମୁତାବକ ଲକ୍ଷ୍ନୌ ସୁପର ଜିଆଣ୍ଟସ୍ ଟିମ ବସ ପଛରେ ଆୟରଙ୍କ କାର ଯାଉଥିଲା | ମ୍ୟାଚ ଖେଳିବାକୁ ମୁମ୍ବାଇରୁ ପୁନେ ଅଭିମୁଖେ ଯାଉଥିବାବେଳେ ରାସ୍ତାରେ ଏହି ଦୁର୍ଘଟଣା ହୋଇଛି | ଏହି ଦୁର୍ଘଟଣାରେ ଆୟରଙ୍କ ବ୍ୟତୀତ ଦଳର ମେଣ୍ଟର ଗୌତମ ଗମ୍ଭିରଙ୍କ ବ୍ୟକ୍ତିଗତ ସଚିବ ଓ ଅନ୍ୟ ଜଣେ ବ୍ୟକ୍ତି ଆହତ ହୋଇଛନ୍ତି | ଏବେ ସେମାନଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଥିବାବେଳେ ଦଳ କିନ୍ତୁ ମ୍ୟାଚ ଜାରି ରଖିବ ବୋଲି ଜଣାପଡିଛି |

ସୂଚନା ଥାଉ କି ପୁଣେର ଏମସିଏ ଷ୍ଟାଡିୟମରେ ଆଜି ଲକ୍ଷ୍ନୌ ସୁପର ଜିଆଣ୍ଟସ ଏବଂ ପଞ୍ଜାବ ମୁହାଁମୁହିଁ ହେବେ । ଟୁର୍ଣ୍ଣାମେଣ୍ଟରେ ନିଜର ୯ମ ମ୍ୟାଚ୍ ଖେଳିବା ପାଇଁ ଉଭୟ ଦଳ ପଡ଼ିଆରେ ଓହ୍ଲାଇବେ | ପଞ୍ଜାବ କିଙ୍ଗ୍ସ ଦଳ ସିଜିନ -୧୫ରେ ଖେଳାଯାଇଥିବା ୮ ଟି ମ୍ୟାଚ ମଧ୍ୟରୁ ୪ଟିରେ ଜିତିଥିବାବେଳେ ୪ଟି ମ୍ୟାଚରେ ପରାଜୟର ସମ୍ମୁଖୀନ ହୋଇଛି |ପଞ୍ଜାବ ୮ ପଏଣ୍ଟ ସହିତ, ବର୍ତ୍ତମାନ ପଏଣ୍ଟ ଟେବୁଲର ସପ୍ତମ ସ୍ଥାନରେ ଥିବାବେଳେ ଲକ୍ଷ୍ନୌ ସୁପର ଜିଆଣ୍ଟସ୍ ଦଳ ମଧ୍ୟ ଏପର୍ଯ୍ୟନ୍ତ ୮ଟି ମ୍ୟାଚ୍ ଖେଳି ୫ଟି ମ୍ୟାଚ୍ ଜିତି ପଞ୍ଜାବଠାରୁ ଆଗରେ ରହିଛି |

ସମ୍ବନ୍ଧିତ ଖବର