ଚଳିତ ବିଶ୍ବକପ୍ରେ ପାକିସ୍ତାନର ଦଳ ଚୟନକୁ ନେଇ ମୁଁ ଆଗରୁ ଚିନ୍ତାପ୍ରକଟ କରି ସାରିଛି, ଯାହାକି ଦଳ ପାଇଁ ଫଳପ୍ରଦ ହୋଇପାରି ନାହିଁ। ୱେଷ୍ଟଇଣ୍ଡିଜ୍ ଭଳି ଏହି ଦଳ ବିଶେଷ କିଛି କରି ନ ପାରି ବିଦାୟ ନେବ ବୋଲି ଆଶଙ୍କା କରାଯାଉଛି। ଅବଶ୍ୟ ଏବେ ଇଂଲଣ୍ଡ ଏବଂ ବାଂଲାଦେଶ ନିଜ ନଜ ପରବର୍ତୀ ମ୍ୟାଚ୍ଗୁଡିକରେ କ’ଣ କରୁଛନ୍ତି ସବୁକିଛି ଏହା ଉପରେ ନିର୍ଭର କରିବ। ପାକିସ୍ତାନକୁ କିଛି ଉଲ୍ଲେଖନୀୟ ପ୍ରଦର୍ଶନ କରିବାକୁ ପଡ଼ିବ ଯଦି ଦଳ ସତରେ ପ୍ରତ୍ୟାବର୍ତନ କରିବାକୁ ଚାହୁଁଛି। ଦକ୍ଷିଣ ଆଫ୍ରିକା ବର୍ତମାନ ନିଜ ନିମ୍ନତମ ସ୍ତରରେ ରହିଛି। ଭଲ ଖେଳିବାରେ ସେମାନେ ଅନେକ ଅଭାବ ଦେଖାଇଛନ୍ତି। ଦଳ ଚୟନ ହିଁ ଖରାପ ବୋଲି ମୋ ବ୍ୟକ୍ତିଗତ ମତ। ଦକ୍ଷିଣ ଆଫ୍ରିକା ବିପକ୍ଷରେ ପାକିସ୍ତାନ ହାରିସ୍ ସୋହେଲଙ୍କୁ ନେଇ ଯେଉଁ ଜୁଆ ଖେଳିଥିଲା ତା’ର ସୁଫଳ ପାଇଛି। ଦଳର ଶୀର୍ଷ ୩ ଜଣ ଭଲ କରିଥିଲେ ମଧ୍ୟ ଆଗକୁ ବଢ଼ିପାରିନଥିଲେ। ସୋହେଲ କିନ୍ତୁ ସେଭଳି ଚାପରେ ବଶବର୍ତୀ ଥିବା ଭଳି ଅନୁଭବ ହେଉନଥିଲା। ସୁନ୍ଦର ଷ୍ଟ୍ରୋକ୍ମାନ ଖେଳୁଥିଲେ। ବୋଲିଂ ବେଳେ ଲେଗ୍ ସ୍ପିନର୍ ସଦାବ ଖାନ୍ ବଡ଼ ଭୂମିକା ନିଭାଇଥିଲେ। ମୁଁ ବୁଝିପାରୁନାହିଁ ଗତ ମ୍ୟାଚ୍ରେ କାହିଁକି ତାଙ୍କୁ ଖେଳାଯାଇନଥିଲା। ଦଳର ସେ ଶ୍ରେଷ୍ଠ ସ୍ପିନର୍ ଏବଂ ପଡିଆରେ ତାଙ୍କ ଫୂର୍ତି ଦେଖିବାକୁ ମିଳିଥାଏ। ଏବେ ତାଙ୍କୁ ଦଳ ଆଉ ଛାଡ଼ିବା କଥା ନୁହେଁ। ବଡ଼ ସ୍କୋର୍ କରି ଏହାକୁ ସୁରକ୍ଷିତ ରଖିବା ପାକିସ୍ତାନ ପାଇଁ ବିଜୟ ସୁଯୋଗ ଆଣୁଛି। ପ୍ରଥମେ ବ୍ୟାଟିଂ କରୁଥିଲେ ଏହି ଦଳ ଭଲ ସ୍କୋର୍ କରିବାରେ ସକ୍ଷମ ହେଉଛି।
ଅନ୍ୟପକ୍ଷରେ ବୁଧବାରର ପ୍ରତିଦ୍ବନ୍ଦ୍ବୀ ନ୍ୟୁଜିଲାଣ୍ଡକୁ ଭେଦିବା ପାକିସ୍ତାନ ପାଇଁ କଷ୍ଟକର ହେବ। କେନ୍ ୱିଲିୟମସନ୍ ଆଧୁନିକ କ୍ରିକେଟର୍ ଜଣେ ଉଚ୍ଚଶ୍ରେଣୀୟ ବ୍ୟାଟସମ୍ୟାନ୍ ବୋଲି ପ୍ରମାଣିତ କରିସାରିଛନ୍ତି। ଦିନିକିଆ କ୍ରିକେଟ୍ ଦେଖିଲେ ସେ ନ୍ୟୁଜିଲାଣ୍ଡର୍ ସର୍ବକାଳୀନ ଶ୍ରେଷ୍ଠ ବ୍ୟାଟସମ୍ୟାନ୍ ବୋଲି ବିତର୍କ ଚାଲିଛି। ବ୍ୟକ୍ତିତ୍ବ ଦୃଷ୍ଟିରୁ ସେ ମୋତେ ଜ୍ୟାକ୍ କାଲିସଙ୍କୁ ସ୍ମରଣକୁ ଆଣୁଛନ୍ତି। ସବୁବେଳେ ପ୍ରସିଦ୍ଧି ଅର୍ଜନ କିମ୍ବା ଆଲୋଚନା ପରିସରରେ ରହିବାକୁ ଚାହାଁନ୍ତି ନାହିଁ। ଚଳିତ ବିଶ୍ବକପ୍ରେ ୨ ଶତକ ଏବଂ ୧୮୬ ହାରାହାରିରେ ଥିବା ଏହି ଖେଳାଳି ତାଙ୍କୁ ମହାନଙ୍କ ମଧ୍ୟରେ ରଖିବାକୁ ବାଧ୍ୟ କରିଛି। ନ୍ୟୁଜିଲାଣ୍ଡକୁ ଏବେ ଲୟ ବଜାୟ ରଖିବାକୁ ହେବ। ଏବେ ଦଳ ଶୀର୍ଷ ଭାଗରେ ରହିଥିଲେ ବି ପିଚ୍ କ୍ରମେ ଶୁଷ୍କ ହେଉଥିବାରୁ ଈଶ ସୋଢ଼ୀଙ୍କୁ ସାମିଲ କରିବାର ଆବଶ୍ୟକତା ରହିଛି। ବ୍ୟାଟିଂରେ କିନ୍ତୁ ଦଳ ପାଇଁ କଲିନ୍ ଡି’ ଗ୍ରାଣ୍ଡୋ୍ମ, ମାର୍ଟିନ୍ ଗପ୍ଟିଲ, ରସ୍ ଟେଲର୍ ମ୍ୟାଚ୍ ନିର୍ଣ୍ଣାୟକ ପ୍ରଦର୍ଶନ ଦେଉଛନ୍ତି। ପାକିସ୍ତାନ ଏବେ ଦଳଗତ ଭାବେ ଖେଳି ନିଜ ନିକୃଷ୍ଟତା ଭିତରୁ ଉତ୍କର୍ଷ ବାହାର କରିପାରୁଛି କି ନା ଦେଖିବାର ଅଛି। ଆଉ ଗୋଟିଏ ମ୍ୟାଚ୍ ହାତରୁ ଖସିଗଲେ ପାକିସ୍ତାନ ପାଇଁ ସବୁକିଛି ସରିଯିବ।
ସଦାବଙ୍କୁ ଆଉ ଛାଡ଼ିବା କଥା ନୁହେଁ
-ଗ୍ରେମ୍ ସ୍ମିଥ୍-
/sambad/media/post_attachments/wp-content/uploads/2019/06/graeme-smith.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)