ଭାପୁର: ନୟାଗଡ଼ ଜିଲ୍ଲା ଭାପୁର ବ୍ଲକ ଅଧୀନ ଫତେଗଡ଼ ନାଲିସାଗର ପଡ଼ିଆରେ ଫତେଗଡ଼ ଯୁବକ ସଂଘ ଆନୁକୁଲ୍ୟରେ ଚାଲିଥିବା ତ୍ରୟୋଦଶ ସଦାଶିବ ସ୍ମାରକୀ କ୍ରିକେଟ୍ ପ୍ରତିଯୋଗିତାର ସେମିଫାଇନାଲ୍ରେ ବ୍ରହ୍ମପୁର ୟୁନାଇଟେଡ୍ ଇଲେଭେନ ପ୍ରବେଶ କରିଛି। ବୁଧବାର ମ୍ୟାଚ୍ରେ ଏହି ଦଳ ୬ ୱିକେଟରେ ଝାଡ଼ଖଣ୍ଡ ସ୍ପୋର୍ଟିଂ ୟୁନିଟ୍କୁ ହରାଇଥିଲା। ଟସ ଜିତି ଝାଡଖଣ୍ଡ ସ୍ପୋର୍ଟିଂ ୟୁନିଟ୍ କେ କୁରିସଙ୍କ (୯୦ ରନ୍, ୪୬ ବଲ୍) ଅର୍ଦ୍ଧଶତକୀୟ ପାଳି ବଳରେ ୮ ୱିକେଟ ହରାଇ ୧୮୬ ରନ କରିଥିଲା।
ଜବାବରେ ବ୍ରହ୍ମପୁର ୟୁନାଇଟେଡ୍ ଇଲେଭେନ ଆକ୍ରମ ଖାନ (୫୧ ରନ୍, ୨୬ ବଲ୍)ଙ୍କ ବିସ୍ଫୋରକ ଅର୍ଦ୍ଧଶତକ ସହାୟତାରେ ୧୮.୧ ଓଭରରେ ୪ ୱିକେଟ ହରାଇ ମ୍ୟାଚ୍ ଜିତି ନେଇଥିଲା। ଅଲରାଉଣ୍ଡ ପ୍ରଦର୍ଶନ ପାଇଁ ଆକ୍ରମ ଖାନ (୫୧ ରନ୍, ୧ ୱିକେଟ) ମ୍ୟାଚ୍ର ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଥିଲେ। ଭୁବନେଶ୍ୱର କୋବେଲ କମ୍ପାନୀର ସେଲସ ମ୍ୟାନେଜର ସିଦ୍ଧାର୍ଥ ସିହ୍ନା ଏବଂ ରାକମା ସମିତିସଭ୍ୟ ବାଳ ଗୋପାଳ ଷଡ଼ଙ୍ଗୀ ଅତିଥି ଭାବେ ଉପସ୍ଥିତ ରହି ଖେଳାଳିମାନଙ୍କୁ ଉତ୍ସାହିତ କରିଥିଲେ। ମ୍ୟାଚ୍କୁ ଦୁର୍ଗା ପ୍ରସାଦ ପଟ୍ଟନାୟକ ଏବଂ ଆଶୁତୋଷ ପାଣି ପରିଚାଳନା କରିଥିଲେ। ଶୁକ୍ରବାର ନାଗପୁର କରିମ ସ୍ପୋର୍ଟ୍ସ ଏକାଡେମୀ ଏବଂ କୋଲକାତା ଏମ୍ ଆଣ୍ଡ ଏସ୍ କ୍ରିକେଟ୍ କ୍ଲବ୍ ମଧ୍ୟରେ ମ୍ୟାଚ୍ ଖେଳାଯିବ।