ସଦ୍‌ଗୁରୁଙ୍କ ପସନ୍ଦର ଖେଳ ହକି

ନୂଆଦିଲ୍ଲୀ: ଭାରତୀୟ ଅଫ୍‌ ସ୍ପିନର ରବିଚନ୍ଦ୍ରନ୍‌ ଅଶ୍ବିନ ଗୁରୁବାର ବିଶ୍ବ ପରିବେଶ ଦିବସ ଉପଲକ୍ଷେ ଜଣେ ସଦ୍‌ଗୁରୁଙ୍କ ସହ ବାର୍ତ୍ତାଳାପରେ ମଜି ଯାଇଥିଲେ। ଉଭୟ କ୍ରିକେଟ୍‌, କରୋନା ଭୂତାଣୁ, କାବେରୀ ବଞ୍ଚାଅ, ମୃର୍ତ୍ତିକା ଅବନତି, କୃଷିଜାତ ପଦାର୍ଥର ବିକ୍ରୟ ଏବଂ କୃଷକ ଆତ୍ମହତ୍ୟା ଉପରେ ଆଲୋଚନା କରିଥିଲେ। ଅଶ୍ବିନ ପ୍ରଥମେ ସଦଗୁରୁଙ୍କୁ ପଚାରିଥିଲେ କ୍ରିକେଟ୍‌ କି ହକି କାହାକୁ ବେଶୀ ପସନ୍ଦ କରନ୍ତି। ହକି ପ୍ରତି ବେଶୀ ଆ‌ଗ୍ରହ ବୋଲି ସଦ୍‌ଗୁରୁ ସ୍ବୀକାର କରିଥିଲେ। କିନ୍ତୁ ଗଲ୍‌ଫ, ଫୁଟ୍‌ବଲ୍‌, ଫର୍ମୁଲା ୱାନ୍‌ ବିଷୟରେ କିଛି କହିନଥିଲେ। କିନ୍ତୁ ସବୁ ଖେଳ ପ୍ରତି ଆଗ୍ରହ ନଥିବା ସେ କହିଥିଲେ।

ସାରା ବିଶ୍ବ ଏବେ କରୋନା କବଳରେ। ଏଥିରୁ ମୁକୁଳିବା ଲାଗି କଣ କରାଯାଇପାରିବ ଲୋକମାନଙ୍କୁ ଉପଦେଶ ଦିଅନ୍ତୁ ବୋଲି ଅଶ୍ବିନ ପ୍ରଶ୍ନ କରିଥିଲେ। ଏହା ଶୁଣି ସଦ୍‌ଗୁରୁ ଖୁସି ହୋଇ କହିଥିଲେ, ‌ଜନସଂଖ୍ୟାର ଏକାଗ୍ରତା ଏବଂ ସାରା ବିଶ୍ବରେ ବିମାନ ଗସ୍ତକୁ କମାଇବାକୁ ପଡ଼ିବ। ଏହାପରେ ଅଶ୍ବିନ୍‌ କାବେରୀ ବଞ୍ଚାଅ ଆନ୍ଦୋଳନ କେତେବାଟ ଯାଇଥିଲା ପଚାରିଥିଲେ। ଏହା ଉପରେ ‌ସଦ୍‌ଗୁରୁ ପ୍ରାଞ୍ଜଳ ଭାବେ ଅଶ୍ବିନଙ୍କୁ ବୁଝାଇ ଦେବା ସହ ଏହା ଉପରେ ‌ହୋଇଥିବା ଯୋଜନା କଥା କହିଥିଲେ। ମୃର୍ତ୍ତିକା ଅବନତି, କୃଷିଜାତ ପଦାର୍ଥର ବିକ୍ରୟ ଓ କୃଷକ ଆତ୍ମହତ୍ୟାର କାରଣମାନ ସଦଗୁରୁ ଅଶ୍ବିନଙ୍କୁ ବୁଝାଇଥିଲେ।

ସମ୍ବନ୍ଧିତ ଖବର