ସାଗୁଆ କପ୍‌ ସେମିରେ ଏମ୍‌ବିଏସ୍‌, ଷ୍ଟାର

ଭୁବନେଶ୍ବର: ରାଜଧାନୀ ଉପକଣ୍ଠ ସାଗୁଆଠାରେ ଚାଲିଥିବା ମା’ ଉପୁଳାଇ ସାଗୁଆ କପ୍‌ କ୍ରିକେଟ୍‌ ପ୍ରତିଯୋଗିତାର ସେମିଫାଇନାଲ୍‌ରେ ଭୁବନେଶ୍ବରର ଦୁଇ ଦଳ ଏମ୍‌ବିଏସ୍‌ ଓ ଷ୍ଟାର୍‌ ଏକାଦଶ ପ୍ରବେଶ କରିଛନ୍ତି। ମଙ୍ଗଳବାର ଏମ୍‌ବିଏସ୍‌ ୧୬୫ ରନ୍‌ରେ କଟକର ହାପି ଏକାଦଶକୁ ଏବଂ ଷ୍ଟାର ଏକାଦଶ ୯ ୱିକେଟ୍‌ରେ କଟକର ମ୍ୟାଜିକ୍‌ ଏକାଦଶକୁ ପରାସ୍ତ କରିଥିଲା। ପ୍ରଥମ ମ୍ୟାଚ୍‌ରେ ପଙ୍କଜ ଦାଶ (୧୧୩)ଙ୍କ ଶତକ ବଳରେ ଏମ୍‌ବିଏସ୍‌ ୨୧୯/୪ କରିଥିଲା। ଜବାବରେ ହାପି ଏକାଦଶ ୫୪ ରନ୍‌ରେ ଅଟକି ଯାଇଥିଲା‌‌। ପଙ୍କଜ ଦାଶ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ବି‌ବେଚିତ ହୋଇଥିଲେ। ଦ୍ବିତୀୟ ମ୍ୟାଚ୍‌ରେ ମ୍ୟାଜିକ ଏକାଦଶ ୭୯ରେ ଅଲଆଉଟ୍‌ ହୋଇଥିଲା। ଜବାବରେ ଷ୍ଟାର୍‌ ଦଳ ଗୋଟିଏ ୱିକେଟ୍‌ ହରାଇ ମ୍ୟାଚ୍‌ ଜିତି ନେଇଥିଲା। ବିଜୟୀ ଦଳ ପକ୍ଷରୁ ଅର୍ଧଶତକ ହାସଲ କରିଥିବା ତାପସ ମିଶ୍ର (୬୭)ଙ୍କୁ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ପୁରସ୍କାର ମିଳିଥିଲା। ଅତିଥି ଭାବେ ପ୍ରସନ୍ନ କୁମାର ନାୟକ ଏବଂ ନାରାୟଣ ନାୟକ ଯୋଗ ଦେଇଥିଲେ। ବାସୁଦେବ ଦାଶ, ଲୋକନାଥ ମଲ୍ଲିକ, ମନୋଜ କୁମାର ନାୟକ ଏବଂ ଅନିଲ କୁମାର ନାୟକ ମ୍ୟାଚ୍‌ ପରିଚାଳନା କରିଥିଲେ। ସିଙ୍ଗିରି ଶାସନର ସନ୍ଦୀପ ଆଚାର୍ଯ୍ୟ ଶ୍ରେଷ୍ଠ ଦର୍ଶକ ଭାବେ ଗ୍ରାଇଣ୍ଡର ଜିତିଥିଲେ।

ସମ୍ବନ୍ଧିତ ଖବର