ସାଗୁଆ କପ୍‌ ସେମିଫାଇନାଲ୍‌ ଲାଇନ୍‌ ଅପ୍‌ ଧାର୍ଯ୍ୟ

ଭୁବନେଶ୍ବର: ରାଜଧାନୀ ଉପକଣ୍ଠ ସାଗୁଆଠାରେ ଚାଲିଥିବା ମା’ ଉପୁଳାଇ କ୍ରିକେଟ୍‌ ପ୍ରତିଯୋଗିତାର ସେମିଫାଇନାଲ୍‌ ଲାଇନ୍‌ ଅପ୍‌ ଧାର୍ଯ୍ୟ ହୋଇଯାଇଛି। ଫେବ୍ରୁଆରି ୨ ତାରିଖରେ ଖେଳାଯିବାକୁ ଥିବା ସେମିଫାଇନାଲ୍‌ ଦ୍ବୟରେ ପକୱାନ (ଜଗତସିଂହପୁର)-ଆଦିତ୍ୟ ବାହାଦୂର (ଭୁବନେଶ୍ବର) ଏବଂ ରାଧାମୋହନ (ଗୋପାଳପୁର)-ୱିଣ୍ଡ୍‌-୨ (କଟକ) ମୁହାଁମୁହିଁ ହେବେ। ତୃତୀୟ ଏବଂ ଚତୁର୍ଥ କ୍ବାର୍ଟରଫାଇନାଲରେ ରାଧାମୋହନ ଏବଂ ଆଦିତ୍ୟ ବାହାଦୂର ବିଜୟୀ ହେବା ପରେ ସେମିଫାଇନାଲ୍‌ ସୂଚୀ ଚୂଡାନ୍ତ ହୋଇଛି।

ରାଧାମୋହନ ଦଳ ୮ ୱିକେଟ୍‌ରେ କଟକର ରକ୍‌ ଷ୍ଟାର୍‌କୁ ପରାସ୍ତ କରିଥିଲା। ରାଧାମୋହନର ଲୁଲୁ ସ୍ବାଇଁ (୭୫ ରନ୍‌, ମ୍ୟାନ୍‌ ଅଫ୍‌ ଦି ମ୍ୟାଚ୍‌), ପିଣ୍ଟନ୍‌ ବେହେରା (୪ ୱିକେଟ୍‌, ମୋଷ୍ଟ ଭ୍ୟାଲୁଏବୁଲ୍‌ ପ୍ଲେୟାର), ରକ୍‌ ଷ୍ଟାର୍‌ର ସୁକା ସେନାପତି (୪୮ ରନ୍‌, ବର୍ମା ସ୍ପୋର୍ଟସ ପ୍ଲେୟାର୍‌ ଅଫ୍‌ ଦି ମ୍ୟାଚ୍) ବ୍ୟକ୍ତିଗତ ପୁରସ୍କାର ପାଇଥିଲେ।‌ ଶେଷ କ୍ବାର୍ଟରଫାଇନାଲରେ ଆଦିତ୍ୟ ବାହାଦୂର ଦଳ ଆଦର୍ଶ ଏକାଦଶକୁ ୩ ୱିକେଟ୍‌ରେ ହରାଇଥିଲା। ଆଦିତ୍ୟ ଦଳର ସୁଦୁ ପାଣିଗ୍ରାହୀ (୩ ୱିକେଟ୍‌, ୪୧ ରନ୍‌, ମ୍ୟାନ୍‌ ଅଫ୍‌ ଦି ମ୍ୟାଚ୍‌), ମନୋଜ ପଣ୍ଡା (ମୋଷ୍ଟ ଭ୍ୟାଲୁଏବୁଲ୍‌ ପ୍ଲେୟାର), ଆଦର୍ଶ ଦଳର ରଂଜନ ଖଟୁଆ (ବର୍ମା ସ୍ପୋର୍ଟସ ପ୍ଲେୟାର୍‌ ଅଫ୍‌ ଦି ମ୍ୟାଚ୍) ବ୍ୟକ୍ତିଗତ ପୁରସ୍କାର ପାଇଥିଲେ। ଜୟଦେବ ନାୟକ, ବିରଜା ପ୍ରସାଦ ବରାଳ, ଦେବାଶିଷ ନାୟକ, ବିଶ୍ବଜିତ୍‌ ନାୟକ ଅମ୍ପାୟାର୍‌ ଥିଲେ। ଶ୍ରୀକାନ୍ତ ବହାରଣା, ନାରାୟଣ ନାୟକ ଭାଷ୍ୟକାର ଭୂମିକା ତୁଲାଇଥିଲେ। ଓଆଇଏସ୍‌ଏଫ୍‌ର ଡେପୁଟି କମାଣ୍ଡାଣ୍ଟ୍‌ ଅକ୍ଷୟ କୁମାର ନାୟକ, ନବ କି‌ଶୋର ନାୟକ ଏବଂ‌ ଗୋଆରୁ ଆସିଥିବା ଅମୃତ ପ୍ରସାଦ ଅତିଥିଭାବେ ଯୋଗ ଦେଇଥିଲେ।

ସମ୍ବନ୍ଧିତ ଖବର