ସାଗୁଆ କପ୍‌ ଆରମ୍ଭ: ଲାୟନ୍ସ ବିଜୟୀ

ଭୁବନେଶ୍ବର: ରାଜଧାନୀ ଉପକଣ୍ଠ ସାଗୁଆଠାରେ ମା’ ଉପୁଳାଇ ସାଗୁଆ କପ୍‌ କ୍ରିକେଟ୍‌ ପ୍ରତିଯୋଗିତା ଗୁରୁବାରଠାରୁ ଆରମ୍ଭ ହୋଇଛି। ପ୍ରଥମ ମ୍ୟାଚ୍‌ରେ କଟକର ଭି ଲାୟନ୍ସ ୧୦ ୱିକେଟ୍‌ରେ ବିନ୍ଦାସ ଦଳକୁ ପରାସ୍ତ କରିଥିଲା। ବିନ୍ଦାସ ମାତ୍ର ୪୯ ରନ୍ କରିଥିଲା। ରଣଜୀ ଖେଳାଳି ସୂର୍ଯ୍ୟକାନ୍ତ ପ୍ରଧାନ, ଶୁଭମ ବେହେରା ୩ ଲେଖାଏଁ ଏବଂ ସୁଦର୍ଶନ ରେଡ୍ଡୀ ୨ ୱିକେଟ୍ ନେଇଥିଲେ। ଜବାବରେ ଲାୟନ୍ସ ଦଳ ମାତ୍ର ୨ ଓଭରରେ ବିନା କ୍ଷତିରେ ୫୦ ରନ୍ ସଂଗ୍ରହ କରି ନେଇଥିଲା। ବ୍ୟାଟିଂ ବେଳେ ମଧ୍ୟ ସୂର୍ଯ୍ୟକାନ୍ତ ପ୍ରଧାନ ଆକର୍ଷଣୀୟ ୩୪ ରନ୍ କରିବାରୁ ଅଲରାଉଣ୍ଡ୍ ପ୍ରଦର୍ଶନ ପାଇଁ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ପୁରସ୍କାର ପାଇଥିଲେ। ବିଶିଷ୍ଟ ଗୀତିକାର ଡକ୍ଟର ରଜନୀ ରଂଜନ, ଚକ୍ରଧର ନାୟକ, ଶିଶୁ ସାହିତ୍ୟକ ବଙ୍କିମ ଚନ୍ଦ୍ର ନାୟକ, ସିଦ୍ଧେଶ୍ବର ମହାନ୍ତି, ବିଧୂଭୂଷଣ ପଟ୍ଟନାୟକ, ଦୀନବଂଧୁ ଭୋଇ ଅତିଥି ଭାବେ ଯୋଗ ଦେଇଥିଲେ।

ସମ୍ବନ୍ଧିତ ଖବର