ଟି-୧୦ ଲିଗ୍‌ରେ ସାହଜାଦ୍‌ଙ୍କ ବିଶ୍ବ କୀର୍ତିମାନ

ଦୁବାଇ: ଆଫ୍‌ଗାନିସ୍ତାନ ବ୍ୟାଟ୍‌ସମ୍ୟାନ୍‌ ମହମ୍ମଦ ସାହଜାଦ୍‌ ଟି-୧୦ ଲିଗ୍‌ କ୍ରିକେଟ୍‌ରେ ବିଶ୍ବ କୀର୍ତିମାନ ପ୍ରତିଷ୍ଠା କରିଛନ୍ତି। ମାତ୍ର ୧୨ ବଲ୍‌ରୁ ଅର୍ଧଶତକ ପୂରଣ କରି ଟି-୧୦ ଲିଗ୍‌ରେ ଦ୍ରୁତତମ ସଫଳତା ପାଇଥିବା ଏହି ଆଫ୍‌ଗାନିସ୍ତାନ ୱିକେଟ୍‌ରକ୍ଷକ ୧୬ ବଲ୍‌ରେ ଅପରାଜିତ ୭୪ ରନ୍‌ କରି ବିଶ୍ବ କୀର୍ତିମାନ ରଚିଛନ୍ତି। ତାଙ୍କର ଏହି ବିସ୍ଫୋରକ ବ୍ୟାଟିଂ ବଳରେ ଦୁବାଇରେ ଚାଲିଥିବା ଟି-୧୦ ଲିଗ୍‌ରେ ବୁଧବାର ସିନ୍ଧିସ୍‌ ଦଳ ବିପକ୍ଷରେ ରାଜ୍‌ପୁତ୍‌ସ ଦଳକୁ ୧୦ ୱିକେଟ୍‌ର ବିଜୟ ମଧ୍ୟ ଭେଟି ଦେଇଛନ୍ତି। ୯୫ ରନ୍‌ର ଲକ୍ଷ୍ୟକୁ ପିଛା କରିଥିବା ରାଜ୍‌ପୁତ୍‌ସ ପକ୍ଷରୁ ସାହଜାଦ୍‌ ଓ ନ୍ୟୁଜିଲାଣ୍ଡ୍‌ର ବ୍ରେଣ୍ଡନ୍‌ ମ୍ୟାକ୍‌ଲମ୍‌ ପାଳି ଆରମ୍ଭ କରିଥିଲେ। ହେଲେ ଦୁହେଁ ମାତ୍ର ୨୪ ବଲ୍‌ରେ ଲକ୍ଷ୍ୟ ହାସଲ କରିନେଇଥିଲେ। ସାହଜାଦ୍‌ଙ୍କ ଅପରାଜିତ ୭୪ ରନ୍‌ ଟି-୧୦ ଲିଗ୍‌ରେ ସର୍ବାଧିକ ବ୍ୟକ୍ତିଗତ ସ୍କୋର୍‌ କୀର୍ତିମାନ ପାଇଥିଲା। ତାଙ୍କର ଏହି ବିସ୍ଫୋରକ ପାଳିରେ ସାହଜାଦ୍‌ ୮ ଛକା ମରିଥିଲେ।

ସମ୍ବନ୍ଧିତ ଖବର