ଭୁବନେଶ୍ବର : ୬୨ତମ ଅନ୍ତଃଜିଲ୍ଲା ଫୁଟ୍ବଲ ଚାମ୍ପିଅନ୍ସିପ୍ ସାହାଣୀ କପ୍ର କ୍ବାର୍ଟରଫାଇନାଲ୍ ପର୍ଯ୍ୟାୟର ଶନିବାର ଖେଳାଯାଇଥିବା ଗ୍ରୁପ୍-ୱାଇର ଦୁଇଟି ମ୍ୟାଚ୍ରେ କଟକ ଓ କନ୍ଧମାଳ ବିଜୟୀ ହୋଇଛନ୍ତି। ଭୁବନେଶ୍ବରର କ୍ୟାପିଟାଲ ଗ୍ରାଉଣ୍ଡ୍ରେ ଖେଳାଯାଇଥିବା ମ୍ୟାଚ୍ରେ କଟକ ୪-୦ ଗୋଲ୍ରେ ରାଉରକେଲା ଷ୍ଟିଲ ପ୍ଲାଣ୍ଟକୁ ମାତ୍ ଦେଇଥିଲା।
କଟକର ପ୍ରକାଶ ନାୟକ (୪୫, ୬୬, ୭୩ ମିନିଟ୍) ହାଟ୍ରିକ ଗୋଲ୍ ଦେଇ ଏହି ବିଜୟର ପ୍ରମୁଖ ଭୂମିକା ତୁଲାଇଥିଲେ। ଦିନବନ୍ଧୁ ନାୟକ (୩୩ ମିନିଟ୍) କଟକକୁ ପ୍ରାରମ୍ଭିକ ଅଗ୍ରଣୀ ଦେଇଥିଲେ। ଚୌଦ୍ବାରର ଓଟିଏମ୍ ଗ୍ରାଉଣ୍ଡରେ କନ୍ଧମାଳ ୩-୦ ଗୋଲ୍ରେ ଖୋର୍ଦ୍ଧାକୁ ପରାସ୍ତ କରିଥିଲା। ବିଜୟୀ ଦଳ ପକ୍ଷରୁ ସଞ୍ଜୀବ ଓରାମ (୩୨ ମିନିଟ୍), ରମେଶ ଓରାମ (୪୦ ମିନିଟ୍) ଓ ରାହୁଲ ମୁଖି (୭୨ ମିନିଟ୍) ଗୋଟିଏ ଲେଖାଏଁ ଗୋଲ୍ ଦେଇଥିଲେ।