କଟକ: ଚଳିତ ଅନ୍ତଃଜିଲ୍ଲା ଫୁଟ୍ବଲ ପ୍ରତିଯୋଗିତା ସାହାଣି କପ୍ରେ ସୋମବାର ବରଗଡ଼, ବଲାଙ୍ଗୀର ଓ ଝାରସୁଗୁଡା ଦଳ ବିଜୟୀ ହୋଇଛନ୍ତି। କଟକ ବିଡାନାସୀ ପଡିଆରେ ବରଗଡ଼ ୫-୧ ଗୋଲ୍ରେ ଗଂଜାମକୁ ହରାଇଛି। ବରଗଡ଼ର ପ୍ରାନ୍ସିସ୍ ଲାକ୍ରା ଦୁଇଟି ଗୋଲ୍ ଦେଇଥିବା ବେଳେ ଚନ୍ଦର ମୋହନ ମୁର୍ମୁ, ପ୍ରଭାତ ଦାନସେଣ ଓ ଅଙ୍କିତ ବେହେରା ଗୋଟିଏ ଲେଖାଏଁ ଗୋଲ୍ ଦେଇଥିଲେ। ଗଂଜାମର ରବୀନ୍ଦର ସିଂହ ଦଳ ପାଇଁ ଏକମାତ୍ର ଗୋଲ୍ ଦେଇଥିଲେ। ଏହି ମ୍ୟାଚ୍କୁ ଦିଲୀପ ରାଉତ, ଜିତେନ୍ଦ୍ରୀୟ ଥାନପତି, ଲେଲିନ୍ ପଟେଲ, ଦୁର୍ଗାମାଧବ ନାୟକ ପରିଚାଳନା କରିଥିଲେ। ଚୌଦ୍ବାର ଓଟିଏମ୍ ପଡିଆରେ ବଲାଙ୍ଗୀର ୧-୦ ଗୋଲ୍ରେ ପାରାଦୀପ ପୋର୍ଟ ଟ୍ରଷ୍ଟ୍କୁ ହରାଇଛି। ବଲାଙ୍ଗୀରର ସୁବ୍ରତ ପାତ୍ର ଦଳ ପାଇଁ ଏକମାତ୍ର ଗୋଲ ଦେଇଥିଲେ। ଏହି ମ୍ୟାଚ୍କୁ ଚକ୍ରଧର ଛତର, ସେଖ୍ ହାୟତ, ତନ୍ମୟ କିଶାନ, ଜଗନ୍ନାଥ କହଁର ଓ ଯୁଗଳ କିଶୋର ଦାସ ପରିଚାଳନା କରିଥିଲେ। ଭୁବନେଶ୍ବରର ସପ୍ତମ ବାଟାଲିୟନ ପଡିଆରେ ଝାରସୁଗୁଡା ୩-୧ ଗୋଲ୍ରେ ମୟୂରଭଞ୍ଜକୁ ହରାଇଛି। ଝାରସୁଗୁଡାର ବିଶାଲ ମୁଣ୍ଡା, ଘାଷିରାମ ମାଝୀ ଓ ରୋମି ଓରାମ ଗୋଟିଏ ଲେଖାଏଁ ଗୋଲ୍ ଦେଇଥିଲେ। ଏହି ମ୍ୟାଚ୍କୁ ସୁରେଶ ଦାସ, ଦୁର୍ଗା ଆଚାର୍ଯ୍ୟ, ସକୱତ ଖାନ୍, ଜଗନ୍ନାଥ ମାଝୀ ଓ ସୁଜିତ ପାତ୍ର ପରିଚାଳନା କରିଥିଲେ।
Advertisment
Sambad is now on WhatsApp
Join and get latest news updates delivered to you via WhatsApp