କଟକ: ଅନ୍ତଃଜିଲ୍ଲା ଫୁଟ୍‌ବଲ ଲିଗ୍‌ ‘ସାହାଣୀ କପ୍’ ରବିବାର ଉଦ୍‌ଘାଟିତ ହୋଇଛି। ପ୍ରଥମ ଦିନ ଖେଳାଯାଇଥିବା ୪ ମ୍ୟାଚ୍‌ରେ ସୁନ୍ଦରଗଡ଼, ଭୁବନେଶ୍ବର, ଜଗତ୍‌ସିଂହପୁର ଏବଂ ବୌଦ୍ଧ ବିଜୟରୁ ଅଭିଯାନ ଆରମ୍ଭ କରିଛନ୍ତି। କଟକର ବିଡାନାସୀ ପଡିଆରେ ସୁନ୍ଦରଗଡ଼ ୫-୦ ଗୋଲ୍‌ରେ ନୟାଗଡ଼କୁ ହରାଇଛି। ବିଜୟୀ ଦଳ ପକ୍ଷରୁ ସ୍ବାଧୀନ ବଢ଼େଇ ୨ (୩ ଓ ୨୬ ମିନିଟ୍‌)ଟି ଗୋଲ୍‌ କରିଥିଲା ବେଳେ ମହେଶ ପ୍ରଧାନ (୪୨ ମିନିଟ୍‌), ମୋହନ ମାଝି (୬୬ ମିନିଟ୍‌) ଏବଂ ଦୀପକ ମୁଣ୍ଡା (୯୦+୧ ମିନିଟ୍‌) ଗୋଟିଏ ଲେଖାଏଁ ଗୋଲ୍‌ ଦେଇଥିଲେ। ଭୁବନେଶ୍ବର କ୍ୟାପିଟାଲ୍‌ ଫୁଟ୍‌ବଲ ଏରେନାରେ ଭୁବନେଶ୍ବର ଦଳ ୭-୦ ଗୋଲ୍‌ରେ ପୁରୀକୁ ହରାଇଛି। ପପୁ ମାଝି ସର୍ବାଧିକ ୫ (୪, ୧୫, ୭୬, ୮୬ ଓ ୯୦+୧ ମିନିଟ୍‌) ଗୋଲ୍ କରିଥିଲା ବେଳେ ଗୌରବ ସିଂହ ନେଗି (୩୭ ମିନିଟ୍‌) ଏବଂ ତୋଫାନ ନାୟକ (୬୧ ମିନିଟ୍‌) ଗୋଟିଏ ଗୋଲ୍‌ ଦେଇଥିଲେ। ଚୌଦ୍ବାର ଓଟିଏମ୍ ଗ୍ରାଉଣ୍ଡରେ ଜଗତସିଂହପୁର ୧-୦ ଗୋଲ୍‌ରେ ବାଲେଶ୍ବରକୁ ହରାଇଛି। ଯଦୁନାଥ ହାଂସଦା (୨୩ ମିନିଟ୍‌) ମ୍ୟାଚ୍‌ର ଏକମାତ୍ର ଗୋଲ୍ ଦେଇଥିଲେ। ଭୁବନେଶ୍ବରର ସପ୍ତମ ବାଟାଲିୟନ୍ ପଡିଆରେ ବୌଦ୍ଧ ୩-୨ ଗୋଲ୍‌ରେ ଅନୁଗୁଳକୁ ହରାଇଛି। ବୌଦ୍ଧର ବିକ୍ରମ ନାୟକ ( ୯ ମିନିଟ୍‌), ଜିତେନ୍ଦ୍ର ଦେହୁରିଆ (୪୫+୧ ମିନିଟ୍‌) ଏବଂ ସମୀର ପ୍ରଧାନ (୫୧ ମିନିଟ୍‌) ଗୋଟିଏ ଲେଖାଏଁ ଗୋଲ୍‌ ଦେଇଥିଲା ବେଳେ ଅନୁଗୁଳର ଜିତେନ୍ଦ୍ର ବିରୁଆ (୧୫ ମିନିଟ୍‌) ଓ ସୁନ୍ଦର ହାଂସଦା (୭୯ ମିନିଟ୍‌) ଗୋଟିଏ ଲେଖାଏଁ ଗୋଲ୍‌ ଦେଇଥିଲେ।

Advertisment

ଏହି ଚାରିଟି ଭେନ୍ୟୁରେ ଆଜିର ଉଦ୍‌ଘାଟନ ଉତ୍ସବରେ ଫାଓ କର୍ମକର୍ତ୍ତା, ସଭ୍ୟ, ଓସିଏ କର୍ମକର୍ତ୍ତା, ପୂର୍ବତନ ଅନ୍ତର୍ଜାତିକ ଫୁଟ୍‌ବଲ ଖେଳାଳି, କ୍ରୀଡା ଅଧିକାରୀଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ଉପସ୍ଥିତ ଥିଲେ। ବିଡାନାସୀରେ କେ.ସି. ବେହେରା, ଯୁଧିଷ୍ଠିର ସେଠୀ, ବିଶ୍ବରଂଜନ ଘଡାଇ, ବୀରେନ୍ଦ୍ର ବେହେରା, ବିଜୟ କୁମାର ଦାସ, ରମେଶ ମଲ୍ଲିକ, ତଡିତ କୁମାର ରାଉତ, ପ୍ରଭାତ ମହାପାତ୍ର, ଆର.ଆଇ. ଟିଗା, କ୍ୟାପିଟାଲ୍‌ ଗ୍ରାଉଣ୍ଡ୍‌ରେ ପଙ୍କଜ ଲୋଚନ ମହାନ୍ତି, ରଂଜିତ ପରିଡା, ସୋନାଲି ଚାନ୍ଦ, ଅଶୋକ ମହାନ୍ତି, ଶୁଭେନ୍ଦୁ ପଣ୍ଡା, ଅଭିଜିତ ପାଲ, ଚୌଦ୍ବାରରେ ଆଶୀର୍ବାଦ ବେହେରା, ଭକ୍ତ ବଲ୍ଲଭ ଦାସ, ବିଜୟ ଦାସ, ଦିଲିପ ସାହୁ, ମହମ୍ମଦ ସାହିଦ ଜବାର, ମାନସ ସାମଲ, ନରେନ୍ଦ୍ର ସାହୁ, ପ୍ରଭାକର ବର୍ଦ୍ଧନ, ସହଦେବ ରାଉତ, ହୃଷିକେଶ ବେହେରା, ତିରୁଲ ହୋଣ୍ଡା ଏବଂ ସପ୍ତମ ବାଟାଲିୟନ ପଡିଆରେ ସୌର୍ଯ୍ୟରଂଜନ ପରିଜା, ଟି. ମୋହନ ରାଓ, ଦୁର୍ଗା ମାଧବ ନାୟକ ପ୍ରମୁଖ ଅତିଥି ଭାବେ ଯୋଗଦେଇଥିଲେ।