ବଲାଙ୍ଗୀର: ଭୁବନେଶ୍ୱର ପ୍ରଥମ ଦଳ ଭାବେ ୫୮ତମ ଅନ୍ତଃଜିଲ୍ଲା ସାହାଣୀ କପ୍ ଫୁଟ୍ବଲ୍ ପ୍ରତିଯୋଗିତାର ସେମିଫାଇନାଲ୍ ପ୍ରବେଶ କରିଛି। ମଙ୍ଗଳବାର ପଞ୍ଚମ ଦିନରେ ରାଉରକେଲା ଷ୍ଟିଲ୍ ପ୍ଲାଣ୍ଟ୍କୁ ୩-୧ ଗୋଲ୍ରେ ପରାସ୍ତ କରି ଭୁବନେଶ୍ୱର ସେମିଫାଇନାଲ୍ରେ ପହଞ୍ଚିଥିଲା ବେଳେ ସମ୍ବଲପୁର, ଅନଗୁଳ ଓ କଟକ ବିଜୟୀ ହୋଇଛନ୍ତି।
ଲୋଇସିଂହା ଷ୍ଟାଡିୟମରେ ବିଜୟ ସାନପୁରିଆ, ଚିତ୍ତରଂଜନ ପ୍ରଧାନ ଓ ଶଶିକାନ୍ତ ସାଣ୍ଡିଲଙ୍କ ଗୋଟିଏ ଲେଖାଏଁ ଗୋଲ୍ ବଳରେ ଭୁବନେଶ୍ୱର ୩-୧ରେ ରାଉଲକେଲା ଷ୍ଟିଲ ପ୍ଳାଣ୍ଟକୁ ପରାସ୍ତ କରିଥିଲା। ରାଉରକେଲା ଦଳ ପକ୍ଷରୁ ଏକମାତ୍ର ଗୋଲ୍ ଅର୍ପଣ ଲାକ୍ରା ସୁଝି ଦେଇଥିଲେ। ରାଜ୍ୟ ବିରୋଧୀ ଦଳ ନେତା ତଥା ସଦର ବିଧାୟକ ନରସିଂହ ମିଶ୍ର ଅତିଥି ଭାବେ ଯୋଗଦେଇ ଖେଳାଳିଙ୍କୁ ଉତ୍ସାହିତ କରିଥିଲେ।
ସେହିପରି ଗାନ୍ଧୀ ଷ୍ଟାଡିୟମରେ ସମ୍ବଲପୁର ୨-୧ ଗୋଲ୍ରେ ନବରଙ୍ଗପୁରକୁ ହରାଇଛି । ସୁଶାନ୍ତ ଓରାମ ଏବଂ ଅମର ଲାକ୍ରା ବିଜୟୀ ଦଳ ପକ୍ଷରୁ ଗୋଲ୍ ଦେଇଥିବା ବେଳେ ନବରଙ୍ଗପୁର ପାଇଁ ଦୀପେଶ ରାୟ ଗୋଟିଏ ଗୋଲ୍ କରିଥିଲେ।
ଟିଟିଲାଗଡ ହାଇସ୍କୁଲ ପଡିଆରେ ଅନୁଗୁଳ ଓ ଗଞ୍ଜାମ ମ୍ୟାଚ୍ ବେଶ୍ ସଂଘର୍ଷପୂର୍ଣ୍ଣ ରହିଥିଲା। ନିର୍ଧାରିତ ସମୟ ଅମୀମାଂସିତ ରହିବା ପରେ ଟାଇବ୍ରେକରରେ ଅନୁଗୁଳ ୫-୪ରେ ବିଜୟୀ ହୋଇଥିଲା।
ସେହିପରି ସଦାଇପାଲି ସାଇଟ ଷ୍ଟାଡିୟମରେ କଟକ ୪-୦ ଗୋଲ୍ରେ ନୟାଗଡକୁ ହରାଇଛି। କୁଅଁର ମାରାଣ୍ଡି ହାଟ୍ରିକ (ଲଗାତାର ୩ ) ଗୋଲ୍ ଦେଇଥିବା ବେଳେ ଭାବଗ୍ରାହୀ ପ୍ରଧାନ ଗୋଟିଏ ଗୋଲ୍ ଦେଇଥିଲେ।
ସାହାଣୀ କପ୍ ସେମିରେ ଭୁବନେଶ୍ୱର
କୁଅଁର ମାରାଣ୍ଡିଙ୍କ ହ୍ୟାଟ୍ରିକ ଗୋଲ୍ କଟକ, ସମ୍ବଲପୁର ଓ ଅନୁଗୁଳ ବିଜୟୀ
/sambad/media/post_attachments/wp-content/uploads/2017/11/sahani-cup.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)