ନୂଆଦିଲ୍ଲୀ: ପାକିସ୍ତାନର ଖାଲି ରକ୍ତରେ ନୁହେଁ ବରଂ ପୂରା ଡିଏନଏରେ ରହିଛି ଆତଙ୍କବାଦ । ଏକଥା ଏବେ ସବୁଠି ଚର୍ଚ୍ଚା ହେଉଛି । ପହଲଗାମ ଆତଙ୍କୀ ହମଲା ହେଉ କି ଅନ୍ୟ ଆତଙ୍କୀ ହମଲା ଅବା ସୀମାରେ ଉତ୍ତେଜନା । ପାକିସ୍ତାନର ଅସଲ ରୂପ ଦେଶ ସହ ପୂରା ଦୁନିଆ ଦେଖିଛି । ପହଲଗାମ୍ ଆତଙ୍କୀ ହମଲା ପରେ ଅପରେସନ ସିନ୍ଦୂର ଜରିଆରେ ପାକିସ୍ତାନ ନୁହେଁ ବରଂ ଏହା ଆତଙ୍କୀସ୍ତାନ ବୋଲି ଭାରତ ଏହାର ପ୍ରମାଣ ଦେଇଥିବା ବେଳେ ଏବେ ପୁଣି ଥରେ ପାକିସ୍ତାନର ଚିନ୍ତା ଚେତନା, ଆଚରଣ- ଉଚ୍ଚାରଣରେ ଆତଙ୍କୀ କାର୍ଯ୍ଯକଳାପ, ଆତଙ୍କୀ ମନସ୍କ ଥିବା ଦେଖିବାକୁ ମିଳିଛି । ଯାହାର ବଡ଼ ଉଦାହରଣ ଗତକାଲି ମ୍ୟାଚରେ ପାକ୍ ବ୍ୟାଟର ସାହିବଜାଦା ଫରହାନଙ୍କ ସେଲିବ୍ରେସନ ଷ୍ଟାଇଲ । ଯେଉଁଠି ସେ ଅର୍ଦ୍ଧଶତକ ସେଲିବ୍ରେସନ କରିବାକୁ ଯାଇ ବ୍ୟାଟକୁ ବନ୍ଧୁକ ଭଳି କରି ପୋଜ୍ ଦେଇଥିଲେ । ଫରହାନଙ୍କ ବଡିଲାଙ୍ଗୁଏଜ କହୁଥିଲେ ସେ ବ୍ୟାଟ୍ ନୁହେଁ ବରଂ ଏକେ-୪୭ ଧରି ପଡିଆରୁ ଗୁଳି କରୁଛନ୍ତି ।
/filters:format(webp)/sambad/media/media_files/2025/09/22/550097357_1546513969674231_8929690479018740894_n-2025-09-22-21-59-27.jpg)
ପହଲଗାମ୍ ପ୍ରତିଶୋଧ ଭାରତ ନେଇ ପାକ୍ ଖେଳାଳୀଙ୍କୁ ନୋ-ହ୍ୟାଣ୍ଡସେକ୍ ଝକଟା ଦେଇଥିବା ବେଳେ ରାଗରେ ଫଁ ଫଁ ହେଉଥିବା ପାକ୍ ଖେଳାଳୀ ଫରହାନ ବ୍ୟାଟରେ ଏକେ-୪୭ର ସଙ୍କେତ ଦେଇଥିଲେ । ତାଙ୍କ ବ୍ୟାଟ୍ ଧରିବାର ଶୈଳୀ ଥିଲା ପୂରା ବନ୍ଧୁକ ଧରିବା ଭଳି ଏବଂ ତାଙ୍କ ଆଙ୍ଗୁଠି ଯେଉଁ ଜାଗାରେ ଥିଲା ସତେକି ସେ ଟ୍ରିଗର ଦବାଉଥିଲେ । ଫରହାନଙ୍କ ଏହି ଏକେ-୪୭ ପୋଜ୍ ପୂରା ବିଶ୍ବରେ ନିନ୍ଦିତ ହୋଇଥିବା ବେଳେ ସେ କିନ୍ତୁ ଏହାକୁ ହାଲୁକା ଭାବେ ନେଇ ଲୋକେ ଯାହା କହୁଛନ୍ତି ମୋର ଢୋ… ଭଳି ପ୍ରତିକ୍ରିୟା ଦେଇଛନ୍ତି ।
ଘଟଣାପରେ ମୁହଁ ଖୋଲିଛନ୍ତି ଫରହାନ । ଏକ ସାମ୍ବାଦିକ ସମ୍ମିଳନୀରେ ସେ କହିଛନ୍ତି - ସେହି ସମୟ ସେଲିବ୍ରେସନ ପାଇଁ କେବଳ ଏକ ମୁହୂର୍ତ୍ତ ଥିଲା । ମୁଁ ୫୦ ରନ୍ କରିବା କେବେ ସେଲିବ୍ରେସନ କରେ ନାହିଁ । କିନ୍ତୁ ହଠାତ୍ ମୋ ମନକୁ ଆସିଲା ଯେ ଆଜି ଏକ ସେଲିବ୍ରେସନ କରିବା ଜରୁରୀ । ମୁଁ ତାହା ହିଁ କଲି । ମୁଁ ଜାଣିନି ଲୋକେ ଏହାକୁ କିପରି ନେବେ। ମୁଁ ସେ ବିଷୟରେ ଚିନ୍ତା ବି କରେ ନାହିଁ...କିଏ କଣ ଭାବିଲା । ମୁଁ ଭାବେ ତୁମେ ଯେଉଁଠାରେ ଖେଳୁଛ ସେଠାରେ ଆକ୍ରମଣାତ୍ମକ କ୍ରିକେଟ୍ ଖେଳିବା ଉଚିତ। ଏହା ଜରୁରୀ ନୁହେଁ ଯେ ଏହା ଭାରତ। ତୁମେ ପ୍ରତ୍ୟେକ ଦଳ ବିରୁଦ୍ଧରେ ଆକ୍ରମଣାତ୍ମକ କ୍ରିକେଟ୍ ଖେଳିବା ଉଚିତ, ଯେପରି ଆମେ ଖେଳିଥିଲୁ ବୋଲି ଫରହାନ କହିଛନ୍ତି ।
ତେବେ ଫରହାନଙ୍କ ଏହି ବିବାଦୀୟ ଇଙ୍ଗିତ ପରେ ସାରା ଦେଶରେ ଅସନ୍ତୋଷ ଦେଖିବାକୁ ମିଳିଛି । ପଡିଆରେ ଆତଙ୍କବାଦୀଙ୍କ ଭଳି ବ୍ୟାଟକୁ ବନ୍ଧୁକ ପରି ପ୍ରଦର୍ଶିତ କରିବା କଣ ଦର୍ଶାଉଛି ? କଣ ଏମାନେ ଖେଳାଳୀ ନୁହଁନ୍ତି, ଜର୍ସି ପିନ୍ଧିଥିବା ଜଣେ ଜଣେ ଆତଙ୍କୀ ? ଗୋଟେ ପଟେ ପାକିସ୍ତାନ ଆତଙ୍କୀଙ୍କୁ ପୋଷୁଥିବା ବେଳେ ଖେଳାଳୀମାନେ ବି କଣ ଆତଙ୍କବାଦକୁ ପ୍ରୋତ୍ସାହନ ଦେଉଛନ୍ତି । କ୍ରିକେଟକୁ ଭଦ୍ରଲୋକଙ୍କ ଖେଳ କୁହାଯାଉଥିବା ବେଳେ ପାକ୍ ଖେଳାଳୀ ସବୁ ସୀମା ଟପି ଅଭଦ୍ରାମୀର ପରିଚୟ ଦେଇଛନ୍ତି । ଆଉ ସେହି ଆଚରଣ ପାଇଁ ସାରା ଦୁନିଆରେ ପାକ୍ ଖେଳାଳୀଙ୍କୁ ନିନ୍ଦା କରାଯିବ ସହ ଖୋଦ୍ ପାକିସ୍ତାନରେ ବି ସେମାନଙ୍କୁ ନିନ୍ଦା କରାଯାଉଛି । ତାସହ ଆନ୍ତର୍ଜାତୀୟ ସ୍ତରରେ କ୍ରିକେଟ ଖେଳିବାରୁ ପାକିସ୍ତାନକୁ ବ୍ୟାନ୍ କରାଯାଉ ବୋଲି ଦାବି ବି ହେଉଛି । ଆଉ ସୋସିଆଲ ମିଡିଆରେ ଲୋକେ ପାକ୍ ବିରୋଧରେ ସାଙ୍ଘାତିକ ଲେଖା ପୋଷ୍ଟ କରୁଛନ୍ତି ।
/filters:format(webp)/sambad/media/media_files/2025/09/22/552049481_3208498032659658_8625678312549903109_n-2025-09-22-21-59-49.jpg)
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/07/18/2025-07-18t125305434z-495579873_4103788763196742_5280183960216432299_n-2025-07-18-18-23-05.jpg)
/sambad/media/media_files/2025/09/22/new-project-1-2025-09-22-21-54-31.jpg)