ଫାଇନାଲ୍‌ରେ ସହିଦ ସ୍ପୋର୍ଟିଂ-ବିହାରୀଲାଲ

ଭୁବନେଶ୍ବର: ପୋଖରୀପୁଟଠାରେ ଚାଲିଥିବା ବିହାରୀଲାଲ ଜେନା ସ୍ମାରକୀ ଟ୍ବେଣ୍ଟି-୨୦ କ୍ରିକେଟ୍‌ ପ୍ରତିଯୋଗିତାର ଫାଇନାଲ୍‌ରେ ସହିଦ‌ ସ୍ପୋର୍ଟିଂ ଏବଂ ଆୟୋଜକ ବିହାରୀଲାଲ୍ ମୁହାଁମୁହିଁ ହେବେ। ମଙ୍ଗଳବାର ପ୍ରଥମ ସେମିଫାଇନାଲ୍‌ରେ ସହିଦ ସ୍ପୋର୍ଟିଂ ୬୩ ରନ୍‌ରେ ଜାଗ୍ରୁତି ଏକାଡେମିକୁ ପରାସ୍ତ କରିଥିଲା। ସହିଦ ସ୍ପୋର୍ଟିଂ ନିର୍ଧାରିତ ୨୦ ଓଭରରେ ୪ ୱିକେଟ୍‌ ବିନିମୟରେ ୨୦୪ ରନ୍ କରିଥିଲା। ଶୁଭମ ଶତ୍ରୁଜିତ (୫୭) ଓ ସନ୍ତୋଷ ଦେବକାନ୍ତ (୫୫) ଅର୍ଧଶତକ ହାସଲ କରିଥିଲେ। ଜବାବରେ ଜାଗୃତି ୮ ୱିକେଟ୍ ହରାଇ ୧୩୬ ରନ୍ ସଂଗ୍ରହ କରିପାରିଥିଲା। ଦୁର୍ଗା ବେହେରା ୫୦ ରନ୍‌ କରିଥିଲାବେଳେ ଜ୍ଞାନ ରଞ୍ଜନ ମଲ୍ଲିକ ୪ ୱିକେଟ୍‌ ନେଇଥିଲେ। ଶୁଭମ ଶତ୍ରୁଜିତ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ପୁରସ୍କାର ପାଇଥିଲେ। ଦ୍ବିତୀୟ ସେମିଫାଇନାଲ୍‌ରେ ବିହାରୀଲାଲ୍ ଦଳ ୩୧ ରନ୍‌ରେ ପାରାମାଉଣ୍ଟ ସ୍ପୋର୍ଟିଂକୁ ପରାସ୍ତ କରିଥିଲା। ଆଶିଷ ପ୍ରଧାନ (୫୧)ଙ୍କ ଅର୍ଧଶତକ ବଳରେ ବିହାରୀଲାଲ ୧୮ ଓଭରରରେ ୧୫୫ ରନ୍‌ କରିଥିଲା। ପାରାମାଉଣ୍ଟର ବି ଶିବା ୩ ୱିକେଟ୍ ନେଇଥିଲେ। ଜବାବରେ ପାରାମାଉଣ୍ଟ୍‌ ୯ ୱିକେଟ୍‌ ବିନିମୟରେ ୧୨୪ କରିଥିଲା। ସୌମ୍ୟ ରଞ୍ଜନ ବିଶ୍ବାଳ (୫୧)ଙ୍କ ଅର୍ଧଶତକ ହାସଲ କରିଥିଲେ। ବିହାରୀଲାଲ ପକ୍ଷରୁ ଜୟନ୍ତ ବେହେରା ଓ ସୂର୍ଯ୍ୟକାନ୍ତ ପ୍ରଧାନ ୩ ୱିକେଟ୍ ଲେଖାଏଁ ନେଇଥିଲେ। ଆଶିଷ ପ୍ରଧାନ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଥିଲେ।

ସମ୍ବନ୍ଧିତ ଖବର