ଭୁବନେଶ୍ବର: ସହିଦ ସ୍ପୋର୍ଟିଂ ଗଡ଼େଶ୍ବର ସ୍ପୋର୍ଟସ୍ ଆସୋସିଏସନ୍ ଓ ଗ୍ରିନ୍ କ୍ରିକେଟ୍ ଏକାଡେମିର ମିଳିତ ଆନୁକୂଲ୍ୟରେ ଆୟୋଜିତ ତ୍ରିକୋଣୀୟ ସିଲ୍ଡ ଶୃଙ୍ଖଳାର ବିଜେତା ହୋଇଛି। ବୁଧବାର ଫାଇନାଲ୍ରେ ସହିଦ ସ୍ପୋର୍ଟିଂ ୧୦୮ ରନ୍ରେ ଗ୍ରିନ୍ସ କ୍ରିକେଟ୍ ଏକାଡେମିକୁ ପରାସ୍ତ କରିଛି। ପ୍ରିୟବ୍ରତ ଦାସ (୧୧୭*)ଙ୍କ ଶତକ ବଳରେ ସହିଦ ସ୍ପୋର୍ଟିଂ ୯ ୱିକେଟ୍ ବିନିମୟରେ ୨୧୩ ରନ୍ କରିିଥିଲା। ଗ୍ରିନ୍ସ ୩୧ ଓଭରରେ ସମସ୍ତ ୱିକେଟ୍ ହରାଇ ୧୦୬ ରନ୍ କରିପାରିଥିଲା। ଗ୍ରିନ୍ର ଦେବବ୍ରତ ପ୍ରଧାନ (୧୮୬ ରନ୍, ୫ କ୍ୟାଚ୍, ୬ ଷ୍ଟମ୍ପିଂ) ଶୃଙ୍ଖଳାର ଶ୍ରେଷ୍ଠ ଏବଂ ସହିଦ ସ୍ପୋର୍ଟିଂ ଅଧିନାୟକ ପ୍ରିୟବ୍ରତ ଫାଇନାଲ୍ର ଶ୍ରେଷ୍ଠ ଖେଳାଳି ପୁରସ୍କାର ପାଇଥିେଲ। ଗ୍ରିନ୍ସର ସୁମିତ ମିଶ୍ର ଶ୍ରେଷ୍ଠ ବୋଲର ଏବଂ ସହିଦ ସ୍ପୋର୍ଟିଂର ସୌମ୍ୟରଂଜନ ଶ୍ରୀଚନ୍ଦନ ଶ୍ରେଷ୍ଠ ୱିକେଟ୍ ରକ୍ଷକ ବିବେଚିତ ହୋଇଥିଲେ।
ଗ୍ରିନ୍ ସିଲ୍ଡ ଜିତିଲା ସହିଦ ସ୍ପୋର୍ଟିଂ
/sambad/media/post_attachments/wp-content/uploads/2018/10/9-Gadeswar.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)