ଗ୍ରିନ୍‌ ସିଲ୍‌ଡ ଜିତିଲା ସହିଦ ସ୍ପୋର୍ଟିଂ

ଭୁବନେଶ୍ବର: ସହିଦ ସ୍ପୋର୍ଟିଂ ଗଡ଼େଶ୍ବର ସ୍ପୋର୍ଟସ୍‌ ଆସୋସିଏସନ୍‌ ଓ ଗ୍ରିନ୍‌ କ୍ରିକେଟ୍‌ ଏକାଡେମିର ମିଳିତ ଆନୁକୂଲ୍ୟରେ ଆୟୋଜିତ ତ୍ରିକୋଣୀୟ ସିଲ୍‌ଡ ଶୃଙ୍ଖଳାର ‌ବିଜେତା ହୋଇଛି। ବୁଧବାର ଫାଇନାଲ୍‌ରେ ସହିଦ ସ୍ପୋର୍ଟିଂ ୧୦୮ ରନ୍‌ରେ ଗ୍ରିନ୍ସ କ୍ରିକେଟ୍‌ ଏକାଡେମିକୁ ପରାସ୍ତ କରିଛି। ପ୍ରିୟବ୍ରତ ଦାସ (୧୧୭*)ଙ୍କ ଶତକ ବଳରେ ସହିଦ ସ୍ପୋର୍ଟିଂ ୯ ୱିକେଟ୍‌ ବିନିମୟରେ ୨୧୩ ରନ୍‌ କରିିଥିଲା। ଗ୍ରିନ୍ସ ୩୧ ଓଭରରେ ସମସ୍ତ ୱିକେଟ୍‌ ହରାଇ ୧୦୬ ରନ୍‌ କରିପାରିଥିଲା। ଗ୍ରିନ୍‌ର ଦେବବ୍ରତ ପ୍ରଧାନ (୧୮୬ ରନ୍‌, ୫ କ୍ୟାଚ୍‌, ୬ ‌‌ଷ୍ଟମ୍ପିଂ) ଶୃଙ୍ଖଳାର ଶ୍ରେଷ୍ଠ ଏବଂ ସହିଦ ସ୍ପୋର୍ଟିଂ ଅଧିନାୟକ ପ୍ରିୟବ୍ରତ ଫାଇନାଲ୍‌ର ଶ୍ରେଷ୍ଠ ଖେଳାଳି ପୁରସ୍କାର ପାଇଥି‌େଲ। ଗ୍ରିନ୍‌ସର ସୁମିତ ମିଶ୍ର ଶ୍ରେଷ୍ଠ ବୋଲର ଏବଂ ସହିଦ ସ୍ପୋର୍ଟିଂର ସୌମ୍ୟରଂଜନ ଶ୍ରୀଚନ୍ଦନ ଶ୍ରେଷ୍ଠ ୱିକେଟ୍‌ ରକ୍ଷକ ବିବେଚିତ ହୋଇଥିଲେ।

ସମ୍ବନ୍ଧିତ ଖବର