ସହିଦ ସ୍ପୋର୍ଟିଂ ଜିତିଲା ମହାନଦୀ କପ୍‌

କଟକ: ଭୁବନେଶ୍ୱରର ସହିଦ ସ୍ପୋର୍ଟିଂ କ୍ଲବ୍‌ ଦ୍ୱିତୀୟ ମହାନଦୀ କପ୍‌ କ୍ରିକେଟ୍‌ ପ୍ରତିଯୋଗିତାର ବିଜେତା ହୋଇଛି। ୟୁନିଅନ୍‌ ସ୍ପୋର୍ଟିଂ ଓ ୟୁଥ୍‌ କ୍ଲବ୍‌ର ମିଳିତ ଆନୁକୂଲ୍ୟରେ ବୋସ୍‌ ବୈଷୟିକ ବିଦ୍ୟାଳୟ ପଡ଼ିଆରେ ଚାଲିଥିବା ଏହି ପ୍ରତିଯୋଗିତାର ରବିବାର ଫାଇନାଲ୍‌ରେ ସହିଦ ସ୍ପୋର୍ଟିଂ ୪ ଓ୍ଵିକେଟ୍‌ରେ କଟକର ଆଜାଦ ହିନ୍ଦ୍‌ କ୍ଲବ୍‌କୁ ପରାସ୍ତ କରିଛି। ଟସ୍‌ ହାରି ବ୍ୟାଟିଂ ପାଇଥିବା ଆଜାଦ ହିନ୍ଦ୍‌ ନିର୍ଧାରିତ ୨୦ ଓଭରରେ ୭ ଓ୍ଵିକେଟ୍‌ ହରାଇ ୧୫୨ ରନ୍‌ କରିଥିଲା। ଅରବିନ୍ଦ ସିଂହ ଅପରାଜିତ ୫୬, ପ୍ରଦୀପ ରାଉତ ୩୦, ଶୁଭ୍ରାଂଶୁ ସାମଲ ୨୭ ରନ୍‌ କରିଥିଲେ। ସହିଦ ସ୍ପୋର୍ଟିଂର ମନୋଜ ବାରିକ ୩ ଓ ବିକାଶ ରାଉତ ୨ ଓ୍ଵିକେଟ୍‌ ଅକ୍ତିଆର କରିଥିଲେ। ୧୫୩ ରନ୍‌ର ଲକ୍ଷ୍ୟକୁ ସହିଦ ସ୍ପୋର୍ଟିଂ ୧୭.୪ ଓଭରରେ ୬ ଓ୍ଵିକେଟ୍‌ ବିନିମୟରେ ହାସଲ କରିନେଇଥିଲା। ରାକେଶ ଗୋଚ୍ଛାୟତ ୪୧, ବିଭୂଦତ୍ତ ପଣ୍ଡା ଅପରାଜିତ ୨୬, ବିକାଶ ରାଉତ ୨୫ ରନ୍‌ କରି ଦଳକୁ ଜିତାଇଥିଲେ। ଆଜାଦ୍‌ ହିନ୍ଦ୍‌ର ସତ୍ୟରଂଜନ ସେନାପତି ୨ ଓ ଅଭିଷେକ ନାୟକ ୧ ଓ୍ଵିକେଟ୍‌ ପାଇଥିଲେ। ରାକେଶ ଗୋଚ୍ଛାୟତଙ୍କୁ ଶ୍ରେଷ୍ଠ ଖେଳାଳି ରୂପେ ଏସ୍‌ସିବି ମେଡିକାଲ୍‌ କଲେଜ କ୍ରୀଡ଼ା ଅଧିକାରୀ ତାରିଣୀ ପ୍ରସାଦ ଦାସ ପୁରସ୍କାର ପ୍ରଦାନ କରିଥିଲେ। ଫାଇନାଲ ମ୍ୟାଚ୍‌କୁ ତପନ ବେହେରା ଓ ବାସୁଦେବ ରାଓ ପରିଚାଳନା କରିଥିଲେ।

ସମ୍ବନ୍ଧିତ ଖବର