ସାହନୀଙ୍କୁ ଛୁଟିରେ ପଠାଇଲା ଆଇସିସି

ମୁମ୍ବାଇ: ଅନ୍ତର୍ଜାତୀୟ କ୍ରିକେଟ୍ ପରିଷଦ ବା ଆଇସିସି ତା’ର ମୁଖ୍ୟ କାର୍ଯ୍ୟନିର୍ବାହୀ ମନୁ ସାହନୀଙ୍କୁ ଛଟିରେ ଯିବାକୁ ନିର୍ଦ୍ଦେଶ ଦେଇଛି। ତାଙ୍କ ବିରୋଧରେ ବିଶୃଙ୍ଖଳିତ ଆଚରଣ ଅଭିଯୋଗ ଆସିଥିଲା। ଏହାକୁ ଗୁରୁତର ସହ ନେଇ ଏକ ନିରପେକ୍ଷ ଅନ୍ତର୍ଜାତୀୟ ସଂସ୍ଥା ଦ୍ବାରା ଆଇସିସି ଏହାର ତଦନ୍ତ କରାଇଥିଲା। ତଦନ୍ତରେ ଗତ ୧୨ ମାସ ହେବ ସାହନୀ ଅଶୋଭନୀୟ ଆଚରଣ ପ୍ରଦର୍ଶନ କରିବା ସହ ନିଜ କର୍ତ୍ତବ୍ୟରେ ଅବହେଳା କରିଥିବା ଜଣାପଡ଼ିଥିଲା। ଫଳରେ ଆ‌ଇସିସି ବୁଧବାର ଏଭଳି ଅପ୍ରତ୍ୟାଶିତ ନିଷ୍ପତ୍ତି ନେଇଥିଲା। ଏହି ନିଷ୍ପତ୍ତି କିନ୍ତୁ କ୍ରିକେଟ୍ ଦୁନିଆରେ ଆଲୋଡ଼ନ ସୃଷ୍ଟି କରିଛି। ଆଇସିସର ଜଣେ ବରିଷ୍ଠ ଅଧିକାରୀ ନିଜ ନାମ ଗୋପନ ରଖି କହିଛନ୍ତି ଯେ ସାହନୀ ଅତ୍ୟନ୍ତ ଅହଂକାରୀ, ବ୍ୟକ୍ତିଗତ ଆକ୍ରୋଶ ରଖି ସେ ଏକାଧିକ କର୍ମଚାରୀଙ୍କୁ ବିନା କାରଣରେ ଛଟେଇ କରିଛନ୍ତି। କ୍ରିକେଟ୍ ପରିଚାଳନା ପାଇଁ ସେ ଉପଯୁକ୍ତ ବ୍ୟକ୍ତି ନୁହନ୍ତି। ସେଥିପାଇଁ ଆଇସିସି ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ବାଧ୍ୟ ହେଲା।

ସମ୍ବନ୍ଧିତ ଖବର