ଅନ୍ତଃ ସାଇ କାୟାକିଂ: ଜଗତପୁର ବିଜେତା

କଟକ: ଜଗତପୁରସ୍ଥିତ ଜଳକ୍ରୀଡ଼ା କେନ୍ଦ୍ରରେ ଅନ୍ତଃ ସାଇ କାୟାକିଂ ଓ କାନୋଇଂ ପ୍ରତିଯୋଗିତା ଗୁରୁବାର ଉଦ୍‌ଯାପିତ ହୋଇଛି। ପ୍ରତିଯୋଗିତାରେ ଆୟୋଜକ ଜଗତପୁର କେନ୍ଦ୍ର ସର୍ବାଧିକ ୪୩ ପଦକ ଜିତି ଦଳଗତ ବିଜେତା ହୋଇଛି। ଏହାଛଡ଼ା ବ୍ୟକ୍ତିଗତ ବିଭାଗରେ ପୁରୁଷରେ ଟମ୍‌ଥିଲଙ୍ଗାନ୍‌ବା ଗାସେପମ୍‌ ଓ ମିହଳାରେ ଓଇନାମ ବିଦ୍ୟାଦେବୀ ଶ୍ରେଷ୍ଠ ଖେଳାଳି ପୁରସ୍କାର ପାଇଛନ୍ତି। ଗାସେପମ୍‌ ମୋଟ ୧୦ ସ୍ୱର୍ଣ୍ଣ ପଦକ ପାଇଥିଲା ବେଳେ ବିଦ୍ୟାଦେବୀ ୧୧ ସ୍ୱର୍ଣ୍ଣ ପଦକ ଜିତିଥିଲେ। ଓଡ଼ିଶା କାୟାକିଂ ଓ କାନୋଇଂ ସଂଘ ସହାୟତାରେ ଆୟୋଜିତ ହୋଇଥିବା ଏହି ପ୍ରତିଯୋଗିତାରେ ଓଡ଼ିଶାରୁ ଜଗତପୁର କେନ୍ଦ୍ର ସହିତ ଦେଶର ଅନ୍ୟାନ୍ୟ କେନ୍ଦ୍ର ଗୁଡ଼ିକରୁ ପ୍ରାୟ ୨୦୦ ପ୍ରତିଯୋଗୀ ଅଂଶଗ୍ରହଣ କରିଥିଲେ।

ସମ୍ବନ୍ଧିତ ଖବର