ସାଇ’ର ନାଁ ବଦଲିଲା

ନୂଆଦିଲ୍ଲୀ,: ଭାରତୀୟ କ୍ରୀଡ଼ା ପ୍ରାଧୀକରଣ (ସାଇ)ର ନାଁ ‌ ବଦଳି ଯାଇଛି। ଏହି ସଂସ୍ଥା ଏବେ ‘ସ୍ପୋର୍ଟସ ଇଣ୍ଡିଆ’ ‌ନାମରେ ପରିଚିତ ହେବ। ସୋମବାର ସ୍ଥାନୀୟ ଶାସ୍ତ୍ରୀ ଭବନରେଠାରେ କ୍ରୀଡ଼ାମନ୍ତ୍ରୀ ରାଜ୍ୟବର୍ଧନ ସିଂହ ରାଠୋରଙ୍କ ଅଧ୍ୟକ୍ଷତା‌ରେ ଏଥିନେଇ ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ ସ‌ାଇର ନାମ ପରିବର୍ତନର ନିଷ୍ପତି ହୋଇଥିଲା। ସର୍ବସମ୍ମତି କ୍ରମେ ଏହା ଉପରେ ‌ମୋହର ବାଜିଥିଲା। କିଛି ଔପଚାରିକାତା ଶେଷ ହେବା ପରେ ରେଜିଷ୍ଟାର ଅଫ୍‌ ସୋସାଇଟ୍‌ରେ ଏହାର ନାମ ବଦଳାଯିବ।

ସମ୍ବନ୍ଧିତ ଖବର