ସାଇ-ଏସ୍‌ଟିସି, ରାଇଜିଂ ଷ୍ଟୁଡେଣ୍ଟ୍‌ ବିଜୟୀ

ଭୁବନେଶ୍ବର: ଫୁଟ୍‌ବଲ୍ ଆସୋସିଏସନ୍ ଅଫ୍ ଓଡ଼ିଶା (ଫାଓ) ଏବଂ ଓଡ଼ିଶା ସରକାରଙ୍କ ମିଳିତ ଆନୁକୂଲ୍ୟରେ ଭୁବନେଶ୍ବରରେ ଚାଲିଥିବା ଓଡ଼ିଶା ମହିଳା ଲିଗ୍‌ (ଓଡବ୍ଲ୍ୟୁଏଲ୍‌) ଫୁଟ୍‌ବଲ୍‌ ପ୍ରତିଯୋଗିତାରେ ଶନିବାର ଦୁଇଟି ମ୍ୟାଚ୍‌ ଖେଳାଯାଇଥିଲା। ଏଥିରେ ସାଇ-ଏସ୍‌ଟିସି ଓ ରାଇଜିଂ ଷ୍ଟୁଡେଣ୍ଟ୍‌ କ୍ଲବ୍‌ ବିଜୟୀ ହୋଇଛନ୍ତି। କଳିଙ୍ଗ ଷ୍ଟାଡିୟ‌ମରେ ଖେଳାଯାଇଥିବା ମ୍ୟାଚ୍‌ରେ ସାଇ ଦଳ ୨-୧ ଗୋଲ୍‌ରେ ଓଜିପିକୁ ପରାସ୍ତ କରିଥିଲା। ସାଇ ପକ୍ଷରୁ ଦୀପା ନାୟକ (୮, ୪୭ ମିନିଟ୍‌) ଦୁଇଟି ଗୋଲ୍‌ କରିଥିଲା ବେଳେ ଓଜିପିର ଏ କୀର୍ତ୍ତିକା (୨୬ ମିନିଟ୍‌) ଗୋଟିଏ ଗୋଲ୍‌ ଶୁଝିଥିଲେ। କ୍ୟାପିଟାଲ ଗ୍ରାଉଣ୍ଡରେ ଖେଳାଯାଇଥିବା ମ୍ୟାଚ୍‌ରେ ରାଇଜିଂ ଷ୍ଟୁଡେଣ୍ଟ୍‌ ୧-୦ ଗୋଲ୍‌ରେ ପୂର୍ବତଟ ରେଳବାଇକୁ ହରାଇଥିଲା। ବିଜୟ ସୂଚକ ଗୋଲ୍‌ଟି ରାଇଜିଂ ଷ୍ଟୁ‌ଡେଣ୍ଟ୍‌ର ଭାରତୀ ଦାଶ (୬୫ ମିନିଟ୍‌) ଦେଇଥିଲେ।

ମ୍ୟାଚ୍‌ଗୁଡ଼ିକୁ ଜ୍ୟୋତିରଂଜନ ସ୍ବାଇଁ, ଦୁର୍ଗାମାଧବ ଆଚାର୍ଯ୍ୟ, ଚନ୍ଦ୍ରକାନ୍ତ ବାରିକ, ବିଚିତ୍ରା ପ୍ରଧାନ, ଚିତ୍ରାମ୍ବଦା‌ ପାତ୍ର, ଦିଗବିଜୟ ଦାସ, ଲକ୍ଷ୍ମୀ ପ୍ରସାଦ ନାଇଡ଼ୁ, ବିଷ୍ଣୁପ୍ରିୟା ଦାସ ଓ କମିସନର ସୁଦୀପ୍ତା ଦାଶ ଓ ଦୁର୍ଗା ମାଧବ ନ‌ାୟକ ପରିଚାଳନା କରିଥିଲେ। ରବିବାର କ୍ୟାପିଟାଲ ପଡ଼ିଆରେ ଦୁଇଟି ମ୍ୟାଚ୍‌ ଓଡ଼ିଶା ପୁଲିସ ଓ ରାଇଜିଂ ଷ୍ଟୁଡେଣ୍ଟ୍‌ କ୍ଲବ୍‌ (ସକାଳ ୭.୩୦) ଏବଂ ପୂର୍ବତଟ ରେଳବାଇ ଓ ସାଇ-ଏସ୍‌ଟିସି (ଅପରାହ୍‌ଣ ୩.୩୦) ମଧ୍ୟରେ ଖେଳାଯିବାକୁ ଥିଲା ବେଳେ କଳିଙ୍ଗ ଷ୍ଟାଡିୟମରେ କ୍ରୀଡ଼ା ଛାତ୍ରାବାସ ଓ ଓଜିପି କ୍ଲବ୍‌ (ଅପରାହ୍‌ଣ ୩.୩୦) ମୁହାଁମୁହିଁ ହେବେ।

ସମ୍ବନ୍ଧିତ ଖବର