କିଟ୍‌ରେ ସାଇ କ୍ରୀଡ଼ା ପାଠ୍ୟକ୍ରମ ଆରମ୍ଭ

ଭୁବନେଶ୍ୱର: ଭାରତୀୟ କ୍ରୀଡ଼ା ପ୍ରାଧୀକରଣ (ସାଇ) ପକ୍ଷରୁ କିଟ୍‌ଠାରେ ୬ ସାପ୍ତାହିକ କ୍ରୀଡ଼ା ପ୍ରମାଣପତ୍ର ପାଠ୍ୟକ୍ରମ ସୋମବାରଠୁ ଆରମ୍ଭ ହୋଇଛି। ଦୌଡ଼କୁଦ, ବାସ୍କେଟ୍‌ବଲ୍‌, ବ୍ୟାଡ୍‌ମିଣ୍ଟନ୍‌, କ୍ରିକେଟ୍‌, ଫୁଟ୍‌ବଲ୍‌, ସ୍ୱାସ୍ଥ୍ୟ ଓ ଫିଟ୍‌ନେସ୍‌, ସନ୍ତରଣ, ଭଲିବଲ୍‌ ଏବଂ ଯୋଗରେ ମୋଟ ୨୨୦ (୧୯୫ ବାଳକ, ୨୫ ବାଳିକା) ଶିକ୍ଷାର୍ଥୀ ଭାଗ ନେଇଛନ୍ତି। ଏହି ପାଠ୍ୟକ୍ରମକୁ କିଟ୍‌ ରେଜିଷ୍ଟ୍ରାର୍‌ ପ୍ରଫେସର ସସ୍ମିତାରାଣୀ ସାମନ୍ତ ଉଦ୍‌ଘାଟନ କରିଥିଲେ। କିଟ୍‌ କ୍ରୀଡ଼ା ନିର୍ଦେଶକ ଡକ୍ଟର ଗଗନେନ୍ଦୁ ଦାଶ ପାଠ୍ୟକ୍ରମର ସଂଯୋଜକ ଏବଂ ପ୍ରଶିକ୍ଷକ ଭାବେ ହରପ୍ରୀତ ସିଂହ, ଅଜିତ କୁମାର ମିଶ୍ର, ଦୁଲାଲ କାନ୍ତି ସର୍କାର, ଅଶୋକ ସିଂହ, ଡକ୍ଟର ସଂଜୟ ପଣ୍ଡା, ଜଗନ୍ନାଥ ସିହି ଏବଂ ବିପିନ ବିହାରୀ ଗୁପ୍ତା ନିଯୁକ୍ତ ହୋଇଛନ୍ତି।

ସମ୍ବନ୍ଧିତ ଖବର