ରାଉରକେଲା: ପାନପୋଷ ହକି ଷ୍ଟାଡିୟମ୍ରେ ଚାଲିଥିବା ଅନ୍ତଃସହର ଗୋଲ୍ଡକପ୍ ହକି ପ୍ରତିଯୋଗିତାର ବୁଧବାର ଚତୁର୍ଥ ଦିବସରେ ୩ଟି ପେସାଦାର ବର୍ଗ ମ୍ୟାଚ୍ରୁ ଦୁଇଟି ଅମୀମାଂସିତ ରହିଥିଲା ବେଳେ ଗୋଟିକରୁ ଫଳାଫଳ ମିଳିଛି। ପ୍ରଥମ ମ୍ୟାଚ୍ରେ ସେଲ୍ ହକି ଏକାଡେମି ୬-୩ ଗୋଲ୍ରେ ପାନପୋଷ କ୍ରୀଡ଼ା ଛାତ୍ରାବାସ-ବ୍ଲୁ’କୁ ପରାସ୍ତ କରିଥିଲା। ସେଲ୍ ପକ୍ଷରୁ ନବୀନ କୁଜୁର ୨, ଅନୁରାଗ କୁଜୁର, ଆଶୁତୋଷ ନାଏକ, ଅଭିରାମ ଲୁଗୁନ, ସମୀର ଏକ୍କା ଗୋଟିଏ ଲେଖାଏଁ ଗୋଲ୍ କରିଥିଲା ବେଳେ ପାନପୋଷ ପକ୍ଷରୁ ସୁବାସ ବାର୍ଲା ୨ ଓ ମାତିୟାସ୍ ଡାଙ୍ଗ ଗୋଟିଏ ଗୋଲ୍ କରିଥିଲେ।
ତେବେ ପାନପୋଷ କ୍ରୀଡ଼ା ଛାତ୍ରାବା ରେଡ୍ ଓ କାଂଶବାହାଲ ଏକାଦଶ ମ୍ୟାଚ୍ ୨-୨ ଗୋଲ୍ରେ ଅମୀମାଂସିତ ରହିଥିଲା। ପାନପୋଷ ପକ୍ଷରୁ ପ୍ରଦୀପ ଲାକ୍ରା, ନାହାସ ବାରଓ୍ଵା, କାଂଶବାହାଲର ସଚିନ ବାର୍ଲା, ଦୀପକ ଏକ୍କା ଗୋଲ୍ କରିଥିଲେ। ସେହିପରି ରାଉରକେଲା ଏକାଦଶ ଓ ସୁନ୍ଦରଗଡ଼ କ୍ରୀଡ଼ା ଛାତ୍ରବାସ ମ୍ୟାଚ୍ ୩-୩ ଗୋଲ୍ରେ ଅମୀମାଂସିତ ରହିଥିଲା। ରାଉରକେଲାର କିଶୋର ଲାକ୍ରା ୨, ଅମନ ତିର୍କି ଗୋଟିଏ ଏବଂ ସୁନ୍ଦରଗଡ଼ର ଦୀପକ ଏକ୍କା ୨, ସୁଦୀପ ସୁରିନ୍ ଗୋଟିଏ ଗୋଲ୍ କରିଥିଲେ।