କଟକ: ମହାମାରୀର ରୂପ ନେଇଥିବା କରୋନା ଆଗରେ ଅଲ୍‌ ଇ˚ଲଣ୍ଡ ଓପନ୍‌ ବ୍ୟାଡ୍‌ମିଣ୍ଟନ୍‌ ପ୍ରତିଯୋଗିତା ବଡ଼ ହୋଇଗଲା। ଯେଉଁଥିପାଇଁ ଖେଳାଳିମାନଙ୍କ ହିତକୁ ଏଡ଼ାଇ ଲାଭଖୋର ମନୋବୃତ୍ତି ରଖୁଥିବା ଆୟୋଜକମାନେ ପ୍ରତିଯୋଗିତାକୁ ଚାଲୁରଖିବା ଦିଗରେ ଅଧିକ ଧ୍ୟାନ ଦେଇଥିବା ଭାରତୀୟ ବ୍ୟାଡ୍‌ମିଣ୍ଟନ୍‌ ତାରକା ତଥା ୨୦୧୨ ଅଲିମ୍ପିକ୍ସ କା˚ସ୍ୟ ପଦକ ବିଜୟିନୀ ସାଇନା ନେହଵାଲ ଅଭିଯୋଗ କରିଛନ୍ତି। ଏହି ପ୍ରତିଯୋଗିତାରେ ସାଇନା ପ୍ରଥମ ରାଉଣ୍ଡରୁ ବିଦା ହୋଇଥିଲେ। ଜାପାନର ଆକାନେ ୟାମାଗୁଚିଙ୍କଠୁ ୧୧-୨୧, ୮-୨୧ରେ ସାଇନା ପରାଜିତ ହୋଇଥିଲେ। ପ୍ରତିଯୋଗିତାରେ ଡେନମାର୍କର ଭିକ୍ଟର ଆକ୍ସେଲସେନ ପ୍ରଥମ ଥର ପାଇଁ ଅଲ୍‌ ଇ˚ଲଣ୍ଡ ଟ୍ରଫି ହାସଲ କରିଥିଲା ବେଳେ ତାଇଵାନର ତାଇ ଜୁ ୟିଙ୍ଗ ମହିଳା ବିଜେତା ହୋଇଥିଲେ।

Advertisment

ପ୍ରତିଯୋଗିତାରୁ ବାଦ୍‌ ପଡ଼ିବା ପରେ ସାଇନା ତାଙ୍କର ଭାବନାକୁ ଟ୍ବିଟ୍‌ କରି କହିଛନ୍ତି ଯେ, ଯେତେ ବେଳେ କରୋନା ସାରା ବିଶ୍ବକୁ ନିଜ କବଳରେ କରିସାରିଲାଣି, ସେତେବେଳେ ଏହି ପ୍ରତିଯୋଗିତାକୁ ଅତି ସାଧାରଣ ଭାବେ ଆୟୋଜନ କରାଯିବା ମୋତେ ଅଶ୍ଚର୍ଯ୍ୟ କରିଛି। ଯଦି ଜଣେ ଅସୁସ୍ଥ ହୁଏ, ତାହେଲେ ଅତିକମ୍‌ରେ ୧୪ ଦିନ ପର୍ଯ୍ୟନ୍ତ ତାଙ୍କର ଚିକିତ୍ସା କରାଯାଏ। ତେଣୁ ଆୟୋଜକମାନେ ଏହାକୁ ଧ୍ୟାନ ଦେବା ଉଚିତ ଥିଲା। ଏହି ପ୍ରତିଯୋଗିତାରୁ ସାଇନା ନିରାଶ ହେବା ପରେ ଜୁଲାଇ ୨୪ରୁ ଆରମ୍ଭ ହେବାକୁଥିବା ଅଲିମ୍ପିକ୍ସ ଯୋଗ୍ୟତା ପାଇଁ ତାଙ୍କ ପାଖରେ ଆଉ ସମୟ କମ୍‌ ରହିଛି। କେବଳ ସାଇନା ନୁହନ୍ତି, ଅଲିମ୍ପିକ୍ସ ଯୋଗ୍ୟତା ପାଇଁ ଆହୁରି ଅନେକ ଖେଳାଳି ଏହି ପ୍ରତିଯୋଗିତାରେ ସାମିଲ ହୋଇଥିଲେ। ତେବେ ଖେଳାଳିମାନେ ଅତ୍ୟଧିକ ଚାପରେ ଖେଳୁଥିବା ସାଇନାଙ୍କ ସ୍ବାମୀ ତଥା ଭାରତୀୟ ଖେଳାଳି ପାରୁପାଲି କାଶ୍ୟପ କହିଛନ୍ତି। କରୋନା ଯୋଗୁଁ ଏପ୍ରିଲ ୧୨ ତାରିଖ ସୁଦ୍ଧା ବିଶ୍ବ ବ୍ୟାଡ୍‌ମିଣ୍ଟନ୍‌ ମହାସ˚ଘ (ବିଡବ୍ଲୁଏଫ୍‌) ସମସ୍ତ ଆନ୍ତର୍ଜାତିକ ପ୍ରତିଯୋଗିତାକୁ ବାତିଲ କରିଛନ୍ତି। ଯାହାକି ଏପ୍ରିଲ ୩୦ ତାରିଖ ସୁଦ୍ଧା ଶେଷ ହେଉଥିବା ସମସ୍ତ ଅଲିମ୍ପିକ୍ସ ଯୋଗ୍ୟାତା ପର୍ଯ୍ୟାୟକୁ ପ୍ରଭାବିତ କରୁଥିବା ସେ କହିଛନ୍ତି।