ସିମଳା: ଭାରତୀୟ ବ୍ୟାଡ୍ମିଣ୍ଟନ ଦମ୍ପତି ସାଇନା ନେହୱାଲ ଓ ପୁରୁପଲ୍ଲୀ କାଶ୍ୟପ ହିମାଚଳ ପ୍ରଦେଶରେ ବ୍ୟାଡମିଣ୍ଟନ୍ ଏକାଡେମି ଖୋଲିବାକୁ ଯୋଜନା କରିଛନ୍ତି। ଏଥିଲାଗି ଉଭୟ ହିମାଚଳ ପ୍ରଦେଶ ରାଜ୍ୟପାଳ ବନ୍ଦାରୁ ଦତ୍ତତ୍ରେୟ ଏବଂ ମୁଖ୍ୟମନ୍ତ୍ରୀ ଜୟରାମ ଠାକୁରଙ୍କ ସହ ସାକ୍ଷାତ କରି ଆଲୋଚନା କରିଛନ୍ତି। ବ୍ୟାଡ୍ମିଣ୍ଟନ ଦମ୍ପତିଙ୍କ ସହ ଉଠାଇଥିବା ଏକ ଫଟୋକୁ ରାଜ୍ୟପାଳ ଟ୍ବିଟର୍ରେ ପୋଷ୍ଟ୍ କରିବା ସହ ସାଇନା ଓ କାଶ୍ୟପ ମୋ ସହ ସାକ୍ଷାତ କରି ବ୍ୟାଡ୍ମିଣ୍ଟନ ଏକାଡେମି ଖୋଲିବା ଲାଗି ପ୍ରସ୍ତାବ ଦେଇଥିଲେ ବୋଲି ଲେଖିଛନ୍ତି। ସେହିଭଳି ମୁଖ୍ୟମନ୍ତ୍ରୀ ମଧ୍ୟ ଉଭୟଙ୍କ ସହ ଆଲୋଚନାର ଫଟୋକୁ ପୋଷ୍ଟ୍ କରିଥିଲେ। ଏଥିରେ ସେ ଲେଖିଥିଲେ ଦେବଭୂମି ହିମାଚଳକୁ ଭାରତୀୟ ବ୍ୟାଡ୍ମିଣ୍ଟନ୍ ଖେଳାଳିଙ୍କ ଆଗମନକୁ ସ୍ବାଗତ କରୁଛି। ସିମଳାସ୍ଥିତ ଆମ ବାସଭବନରେ ତାଙ୍କ ସହ ମୋର ଏହା ସୌଜନ୍ୟମୂଳକ ସାକ୍ଷାତକାର ଥିଲା। ମୁଁ ନିଶ୍ଚିତ ଯେ ଆପଣଙ୍କୁ ଏଠାର ମନଲୋଭା ସୌନ୍ଦର୍ଯ୍ୟ ଆକର୍ଶିତ କରିଥିବ।
ହିମାଚଳରେ ଏକାଡେମି ଖୋଲିବେ ସାଇନା, କାଶ୍ୟପ!
/sambad/media/post_attachments/wp-content/uploads/2020/11/f7h9f8s7h98sf7hs98ffhfhsfhshf.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)