ଫ୍ରେଞ୍ଚ୍‌ ଓପନ୍‌ : ଶ୍ରୀକାନ୍ତ, କାଶ୍ୟପ ବିଦା, ସାଇନା ଆଗେଇଲେ

ପ୍ୟାରିସ : ଭାରତୀୟ ବ୍ୟାଡ୍‌ମିଣ୍ଟନ୍‌ ତାରକା କିଦାମ୍ବି ଶ୍ରୀକାନ୍ତ, ପରୁପଲ୍ଲୀ କାଶ୍ୟପ ଏବଂ ସମୀର ବର୍ମା ଚଳିତ ଫ୍ରେଞ୍ଚ୍‌ ଓପନ୍‌ର ପ୍ରଥମ ରାଉଣ୍ଡରୁ ବିଦାୟ ନେଇଛନ୍ତି। ବୁଧବାର ପୁରୁଷ ଏକକରେ ଶ୍ରୀକାନ୍ତ ୨୧-୧୫, ୭-୨୧, ୧୪-୨୧ରେ ଚୋଉ ତିନ୍‌ ଚେନ୍‌ଙ୍କଠୁ, କାଶ୍ୟପ ୧୧-୨୧, ୯-୨୧ରେ ଏନ୍‌ଜି କା ଲଙ୍ଗ ଅଙ୍ଗୁସଙ୍କଠୁ ଏବଂ ସମୀର ୨୨-୧୦, ୧୮-୨୧, ୧୮-୨୧ରେ କେଣ୍ଟା ନିଶିମୋତୋଙ୍କଠୁ ହାରି ଯାଇଥିଲେ। ସେହପରି ଭାରତୀୟ ମିଶ୍ରିତ ଯୁଗଳ ଯୋଡ଼ି ସାତ୍ବିକସାଇରାଜ ରାଙ୍କିରେଡ୍ଡୀ-ଅଶ୍ବିନ ପୋନ୍ନାପ୍ପା ଓ ପ୍ରଣବ ଜେରି ଚୋପ୍ରା-ଏନ୍‌ ସିକ୍କି ରେଡ୍ଡୀ, ପୁରୁଷ ଯୁଗଳରେ ମନୁ ଅତ୍ରୀ ଓ ବି ସୁମିତ ରେଡ୍ଡୀ ଏବଂ ମହିଳା ଯୁଗଳରେ ଅଶ୍ବିନୀ-ସିକ୍କି ପରାଜିତ ହୋଇ ବିଦାୟ ନେଇଥିଲେ। ମହିଳା ଏକକରେ ସାଇନା ନେହୱାଲ୍‌ ଏବଂ ପୁୁରୁଷ ଯୁଗଳରେ ସାତ୍ବିକ-ଚିରାଗ ସେଠୀ ନିଜ ନିଜ ମ୍ୟାଚ୍‌ ଦ୍ବିତୀୟ ପର୍ଯ୍ୟାୟରେ ପହଞ୍ଚିଛନ୍ତି। ଅଷ୍ଟମ ମାନ୍ୟତାପ୍ରାପ୍ତ ସାଇନା ୨୩-୨୧, ୨୧-୧୭ରେ ହଂକଂର ଚିଉଙ୍ଗ ଗାନ୍‌ ୟିଙ୍କୁ ଏବଂ ସାତ୍ବିକ ଓ ଚିରାଗ ୨୧-୧୬, ୨୧-୧୪ରେ ନେଦରଲାଣ୍ଡର ଜେଲି ମାସ ଓ ରବିନ ତାବାଲିଙ୍ଗଙ୍କୁ ପରାସ୍ତ କରିଥିଲେ।

ସମ୍ବନ୍ଧିତ ଖବର