ବ୍ୟାଡମିଣ୍ଟନ ତାରକା ସାଇନା ନେହୱାଲ ୨୦୧୮ରେ ନୂଆ ପାଳି ଆରମ୍ଭ କରିଥିଲେ। ୧୦ ବର୍ଷର ପ୍ରେମ ସଂପର୍କ ପରେ ଭାରତୀୟ ବ୍ୟାଡମିଣ୍ଟନ ତାରକା ପି କାଶ୍ୟପଙ୍କୁ ସେ ନିଜ ଜୀବନ ସାଥୀ ବାଛିଥିଲେ। ହାଇଦ୍ରାବାଦରେ ଉଭୟ ନିରାଡମ୍ବର ଭାବେ କୋର୍ଟ ମ୍ୟାରେଜ୍ କରିବା ପରେ ସାଇନାଙ୍କ ଘରେ ବିବାହ ଭୋଜି ଆୟୋଜିତ ହୋଇଥିଲା। ଭାରତୀୟ ବ୍ୟାଡମିଣ୍ଟନ ଜଗତର ଦୁଇ ଲୋକପ୍ରିୟ ତାରକା ପରସ୍ପରକୁ ଜୀବନ ସାଥୀ କରିବା କ୍ରୀଡ଼ା ଜଗତରେ ଖୁସିର ଲହରି ଖେଳାଇ ଦେଇଥିଲା। ତୀରନ୍ଦାଜ ଦୀପିକା କୁମାରୀ ମଧ୍ୟ ଏବର୍ଷ ନିଜ ଜୀବନ ସାଥୀ ବାଛିଥିଲେ। ତୀରନ୍ଦାଜ ଅତନୁ ଦାସଙ୍କ ସହ ସେ ନିର୍ବନ୍ଧ କରି ନେଇଥିଲେ। ୨୪ ବର୍ଷୀୟ ଦୀପିକା ଓ ୨୬ ବର୍ଷୀୟ ଅତନୁ ଆସନ୍ତାବର୍ଷ ବିବାହ ବନ୍ଧନରେ ଆବଦ୍ଧ ହେବାର ସଙ୍କେତ ଦେଇଥିଲେ।

Advertisment

ସାନିଆଙ୍କୁ ପୁତ୍ର ସନ୍ତାନ

publive-imageଆମେରିକୀୟ ଟେନିସ୍ ତାରକା ସେରେନା ୱିଲିୟମ୍ସ ମା’ ହେବା ୨୦୧୭ର ଅନ୍ୟତମ ଚର୍ଚିତ ଘଟଣା ଥିଲା। ୨୦୧୮ରେ ସାନିଆ ମିର୍ଜା ମା’ ବା ଭାରତ ତଥା ବିଶ୍ବ ଟେନିସ୍ ପାଇଁ ଖୁସିର ଖବର ହୋଇଥିଲା। ସାନିଆ ଓ ତାଙ୍କ ପାକିସ୍ତାନୀ କ୍ରିକେଟର ପତି ସୋଏବ ମଲ୍ଲିକ ଏହି ବିଷୟରେ ଟ୍ବିଟରରେ ସୂଚନା ଦେବା ପରେ ଦୁଇ ପାରମ୍ପରିକ ପ୍ରତିଦ୍ବନ୍ଦ୍ବୀ ଭାରତ ଓ ପାକିସ୍ତାନରେ ଥିବା‌ ସେମାନଙ୍କ ପ୍ରଶଂସକ ଉତ୍ସବ ପାଳିଥିଲେ। ଉଭୟ ନିଜ ସାଙ୍ଗିଆକୁ ମିଶାଇ ପୁଅର ନା ଇଝାନ ମିର୍ଜା ମଲ୍ଲିକ ଦେଇଥିଲେ। ପାକିସ୍ତାନୀ ବୋହୁ ହୋଇଥିଲେ ମଧ୍ୟ ସାନିଆ ହାଇଦ୍ରାବାଦର ଏକ ଘରୋଇ ଡାକ୍ତରଖାନାରେ ନିଜ ପୁଅକୁ ଜନ୍ମ ଦେଇଥିଲେ। ସେପଟେ ସ୍ବିସ୍ ଟେନିସ୍ ତାରକା ମାର୍ଟିନା ହିଙ୍ଗିସ୍ ଗର୍ଭବତୀ ଥିବା ଅକ୍ଟୋବରରେ ସୂଚନା ଦେବା ତାଙ୍କ ପ୍ରଶଂସକଙ୍କ ପାଇଁ ଖୁସି ଖବର ହୋଇଥିଲା।