ହାଇଦ୍ରାବାଦ : ଭାରତୀୟ ବ୍ୟାଡ୍ମିଣ୍ଟନ ଲଳନା ସାଇନା ନେହ୍ବାଲ ଏବେ ମାଳଦୀପରେ ଛୁଟି କଟାଉଛନ୍ତି। ଏହି ଲଣ୍ଡନ ଅଲିମ୍ପିକ୍ସ କାଂସ୍ୟ ପଦକ ବିଜୟିନୀ ତାଙ୍କର ଏହି ବିରତି ସମୟକୁ ବିଶେଷକରି ବେଳାଭୂମିରେ ବିତାଉଥିବାର ଦେଖାଯାଇଛି। ମାଳଦୀପରେ ସାଇନା ମଧ୍ୟ ପତି ପରୁପଲ୍ଲୀ କାଶ୍ୟପଙ୍କ ସହ ଅବସ୍ଥାନ କରିଛନ୍ତି। ଉଭୟ ସାଇନା ଓ କାଶ୍ୟପ ଚଳିତ ବର୍ଷ ଶେଷ ପର୍ଯ୍ୟନ୍ତ ବ୍ୟାଡ୍ମିଣ୍ଟନରୁ ପ୍ରାୟତଃ ଦୂରେଇ ରହିଛନ୍ତି। କରୋନା ମହାମାରୀ ପରିସ୍ଥିତିକୁ ଦୃଷ୍ଟିରେ ରଖି ଉଭୟେ ମଧ୍ୟ ଡେନ୍ମାର୍କ ଓପନ୍ରୁ ଓହରି ଯାଇଥିଲେ। ମାଳଦୀପରେ ତାଜ୍ ଏକ୍ସୋଟିକା ରିସର୍ଟ ଏବଂ ସ୍ପା’ରେ ତାଙ୍କ ରହଣୀ ସମୟର ଫଟୋସବୁ ସାଇନା ଇନ୍ଷ୍ଟାଗ୍ରାମ୍ରେ ପୋଷ୍ଟ କରିଛନ୍ତି। ମୁଁ କୌଣସି ରିସ୍କ ନେବାକୁ ଚାହିଁନଥିଲି। ବରଂ ନୂ୍ଆ ବର୍ଷରୁ ଋତୁ ଆରମ୍ଭ କରିବାକୁ ଉଚି୍ତ ମନେ କଲି। ତେଣୁ ଡେନ୍ମାର୍କ ଓପନ୍ରୁ ଓହରିବାର ନିଷ୍ପତ୍ତି ନେଇଥିଲି ବୋଲି କାଶ୍ୟପ କହିଛନ୍ତି।
ଅନ୍ୟପକ୍ଷରେ ଅନ୍ୟତମ ଭାରତୀୟ ବ୍ୟାଡ୍ମିଣ୍ଟନ ତାରକା ସାଇ ପ୍ରଣୀତ ଏବଂ ତାଙ୍କ ପତ୍ନୀ ସ୍ବେତା ମଧ୍ୟ ସାଇନା-କାଶ୍ୟପଙ୍କ ସହିତ ମାଳଦୀପରେ ଛୁଟି ବିତାଉଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/10/Sainas-beach-holiday-2-f.jpg)