ସାଇନାଙ୍କ ନିରାଡ଼ମ୍ବର ଜନ୍ମଦିନ ପାଳନ

ହାଇଦ୍ରାବାଦ: ମହାମାରୀ କରୋନା ପାଇଁ ଭାରତୀୟ ବ୍ୟାଡ୍‌ମିଣ୍ଟନ୍‌ ତାରକା ସାଇନା ନେହୱାଲ ଜନ୍ମଦିନକୁ ନିରାଡ଼ମ୍ବରରେ ପାଳନ କରିଛନ୍ତି। ଗତ ମଙ୍ଗଳବାର ସାଇନା ପତି ପରୁପଲ୍ଲୀ କାଶ୍ୟପଙ୍କ ସହ ହାଇଦ୍ରାବାଦସ୍ଥିତ ନିଜ ଘରେ ୩୦ତମ ଜନ୍ମଦିନକୁ ପାଳନ କରିଥିଲେ। ମୁଁ ମୋ ଜନ୍ମଦିନକୁ ସାଙ୍ଗସାଥୀ ମେଳରେ ପାଳନ କରିଥାନ୍ତି। କିନ୍ତୁ ଏହି କରୋନା ପାଇଁ ମୋର ଅତି ନିଜର ବ୍ୟକ୍ତିଙ୍କ ସାଙ୍ଗରେ ଏବଂ ଚକ୍‌ଲେଟ୍‌ ‌କେକ୍‌ ସହ ଏକାନ୍ତବାସରେ ପାଳନ କରିଥିଲି ବୋଲି ନିଜ ଟ୍ବିଟର୍‌ ପୃଷ୍ଠାରେ ପ୍ରକାଶ କରିଛନ୍ତି ସାଇନା। ଏହି ମହାମାରୀ କରୋନା ପାଇଁ ଏକାନ୍ତରରେ ଜନ୍ମ ଦିନ ପାଳନ ଲାଗି ନିଷ୍ପତ୍ତି ନେଇଥିଲେ ବୋଲି ସେ କହିଛନ୍ତି। ତାଙ୍କ ଜନ୍ମଦିନରେ ବହୁ କ୍ରୀଡ଼ାବିତ୍‌ ଶୁଭେଚ୍ଛା ଜଣାଇଥିଲେ।

ସମ୍ବନ୍ଧିତ ଖବର