ସୈନି ଆହତ: ବୋଲିଂ ଅଧାରୁ ପଡ଼ିଆ ଛାଡ଼ିଲେ

ଚଳିତ ଅଷ୍ଟ୍ରେଲିଆ ଗସ୍ତରେ ଭାରତକୁ ଆହତ ସମସ୍ୟା ପିଛା ଛାଡ଼ୁନି। ସିଡ୍‌ନି ଟେଷ୍ଟ୍‌ ଖେଳିଥିବା ଭାରତୀୟ ଦଳର ୪ ଜଣ ଆହତ ଯୋଗୁଁ ବ୍ରିସ୍‌ବେନ୍‌ ଟେଷ୍ଟ୍‌ ପୂର୍ବରୁ ବାଦ୍‌ ପଡ଼ିଥିଲେ। ଏହି ଶେଷ ଟେଷ୍ଟ୍‌ର ପ୍ରଥମ ଦିନରେ ୨୮ ବର୍ଷ ବୟସ୍କ ଦ୍ରୁତ ବୋଲର ନଭଦୀପ ସୈନି ଆହତ ହୋଇଛନ୍ତି। ମଧ୍ୟାହ୍ନ ବିରତି ପରେ ପରେ ସେ ଆହତ ହୋଇ ପଡ଼ିଆ ଛାଡ଼ିଥିଲେ। ୨୮ ବର୍ଷୀୟ ସୈନି ନିଜର ଅଷ୍ଟମ ତଥା ପାଳିର ୩୬ତମ ଓଭରର ପଞ୍ଚମ ବଲ୍‌ ବେଳେ ତାଙ୍କ ଜଙ୍ଘର ତଳ ସ୍ଥାନରେ ଯନ୍ତ୍ରଣା ଅନୁଭବ କରିଥିଲେ। ପଡ଼ିଆ ମଧ୍ୟରେ ପ୍ରାଥମିକ ଚିକିତ୍ସା କରାଯାଇଥିଲା। ହେଲେ ପଡ଼ିଆ ଛାଡ଼ିବାକୁ ବାଧ୍ୟ ହୋଇଥିଲେ। ‌ତାଙ୍କ ନବମ ଓଭରର ବଳକା ଗୋଟିଏ ବଲ୍‌କୁ ଉପଅଧିନାୟକ ରୋହିତ ଶର୍ମା ପୂରଣ କରିଥିଲେ। ସୈନି ଆଉ ପଡ଼ିଆକୁ ଫେରିନଥିଲେ। ଆସନ୍ତାକାଲି ତାଙ୍କ ଖେଳିବା ନେଇ ସ୍ପଷ୍ଟ ହୋଇନି। ବିସିସିଆଇ ଡାକ୍ତରୀ ଦଳର ତତ୍ତ୍ବାବଧାନରେ‌ ତାଙ୍କ ଚିକିତ୍ସା ଚାଲୁରହିଛି। ତାଙ୍କର ସ୍କାନ୍‌ କରାଯାଇଛି। ରିପୋର୍ଟ ମିଳିବା ପରେ ସବୁକିଛି ସ୍ପଷ୍ଟ ହୋଇଯିବ ବୋଲି ବିସିସିଆଇ ସୂଚନା ଦେଇଛି।

ସମ୍ବନ୍ଧିତ ଖବର