ଇଣ୍ଡିଜ୍‌ ସିରିଜ୍‌ ଲାଗି ସଇନି ନେଟ୍‌ ବୋଲର

ନୂଆଦିଲ୍ଲୀ: ଯୁବ ଦ୍ରୁତ ବୋଲର ନଭଦୀପ ସଇନି ୱେଷ୍ଟଇଣ୍ଡିଜ୍‌ ବିପକ୍ଷ ଟେଷ୍ଟ୍‌ ଶୃଙ୍ଖଳାରେ ଭାରତୀୟ ଅଭ୍ୟାସ ଶିବିର ଦେଖିବାକୁ ମି‌ଳିବେ। ଫ୍ଲୋରିଡାରେ ୱେଷ୍ଟ୍‌ଇଣ୍ଡିଜ୍‌ ବିପକ୍ଷରେ ଟ୍ବେଣ୍ଟି-୨୦ ଅନ୍ତର୍ଜାତୀୟ ପଦାର୍ପଣରେ ହିଁ ନଭଦୀପ ମ୍ୟାଚ୍‌ରେ ଶ୍ରେଷ୍ଠ ଖେଳାଳି ପୁରସ୍କାର କରାୟତ କରିଥିଲେ। ତାଙ୍କର ଏହି ପ୍ରଦର୍ଶନ ଦଳୀୟ ଅଧିକାରୀଙ୍କୁ ପ୍ରଭାବିତ କରିଥିଲା। ଏଥିଲାଗି ତାଙ୍କୁ ୨ ଟିକିଆ ଟେଷ୍ଟ୍‌ ଶୃଙ୍ଖଳାରେ ନେଟ୍‌ ବୋଲର ଭାବେ କାର୍ଯ୍ୟ କରିବାର ସୁଯୋଗ ମିଳିଛି। ବିଶ୍ବକପ୍‌‌ରେ ମଧ୍ୟ‌ ସେ ଭାରତୀୟ ଦଳର ନେଟ୍‌ ବୋଲର ରହିଥିଲେ। ୨୬ ବର୍ଷୀୟ ସଇନି ୪୩ ପ୍ରଥମ ଶ୍ରେଣୀ ମ୍ୟାଚ୍‌ ଖେଳି ୧୨୦ ୱିକେଟ୍‌ ଦଖଲ କରିଛନ୍ତି। ଏଥିରେ ତିନିଟି ପାଞ୍ଚ ୱିକେଟ୍‌ ସଫଳତା ରହିଛି।

ସମ୍ବନ୍ଧିତ ଖବର