ନୂଆଦିଲ୍ଲୀ: କ୍ରୀଡ଼ା ମନ୍ତ୍ରୀ କିରଣ ରିଜିଜୁ ବୁଧବାର ଭାରତୀୟ କ୍ରୀଡ଼ା ପ୍ରାଧିକରଣ (ସାଇ)ର ନୂଆ ଲୋଗୋ ଉନ୍ମୋଚନ କରିଛନ୍ତି। ୧୯୮୨ରେ ଏହି ସର୍ବୋଚ୍ଚ କ୍ରୀଡ଼ା ସଂସ୍ଥା ସ୍ଥାପନ ପରଠାରୁ ପ୍ରଥମ ଥର ଲାଗି ଲୋଗୋରେ ପରିବର୍ତନ କରାଯାଇଛି। ନୂଆ ଲୋଗୋ ଗାଢ଼ କଳା ରଙ୍ଗର ଅକ୍ଷରରେ ‘ସାଇ’କୁ ପ୍ରଦର୍ଶିତ କରିଛି। ଏହି ଲୋଗୋର ପୃଷ୍ଠଭୂମିରେ ସଫଳତା ପାଇଁ ଲଢ଼ୁଥିବା ଜଣେ ଆଥ୍ଲେଟ୍ଙ୍କ ଚିତ୍ର ପ୍ରଦତ୍ତ କରାଯାଇଛି। ସ୍ଥାନୀୟ ମେଜର ଧ୍ୟାନଚାନ୍ଦ ନ୍ୟାସ୍ନାଲ ଷ୍ଟାଡିୟମ୍ରେ ଆୟୋଜିତ ଏକ ନିରାଡମ୍ବର ଉତ୍ସବରେ ଲୋଗୋ ଉନ୍ମୋଚିତ ହୋଇଯାଇଛି। ଏହି ଅବସରରେ କ୍ରୀଡ଼ା ସଚିବ ରବି ମିତ୍ତଲ, ସାଇ ମହାସଚିବ ସନ୍ଦୀପ ପ୍ରଧାନ ଏବଂ ଭାରତୀୟ ଅଲିମ୍ପିକ୍ ସଂଘର ସଭାପତି ନରିନ୍ଦର ବାତ୍ରା ଉପସ୍ଥିତ ଥିଲେ। ମୁଁ କ୍ରୀଡ଼ା ମନ୍ତ୍ରଣାଳୟର ଦାୟିତ୍ବ ନେବାଠାରୁ ସାଇର ଲୋଗୋ ବଦଳାଇବା ପାଇଁ ପ୍ରସ୍ତାବ ଦେଇଥିଲି। ଏହାକୁ ସରଳ ଓ ଭାବପୂର୍ଣ୍ଣ କରିବାକୁ ଚାହିଁଥିଲି ବୋଲି ଉନ୍ମୋଚନ ଉତ୍ସବ ଅବସରରେ କହିଛନ୍ତି ରିଜିଜୁ। ନୂଆ ଲୋଗ ଆକାରରେ ଛୋଟ; ହେଲେ ଏହାର ଅର୍ଥ ଏବଂ ଲକ୍ଷ୍ୟ ବୃହତ୍। ‘ସାଇ’ର ନାମ ମଧ୍ୟ ସ୍ପଷ୍ଟ ଦୃଶ୍ୟମାନ। ନୂଆ ଲୋଗୋ ସରଳ ଭାବନା ବିଶିଷ୍ଟ ବୋଲି କହିଛନ୍ତି ରିଜିଜୁ।
‘ସାଇ’ର ନୂଆ ଲୋଗୋ ଉନ୍ମୋଚିତ
/sambad/media/post_attachments/wp-content/uploads/2020/10/sai.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)