କଲମ୍ବୋ: ନିଦାହାସ ଟ୍ରଫିର ଶ୍ରୀଲଙ୍କା ବିପକ୍ଷ କର ବା ମର ମ୍ୟାଚ୍ରେ ବାଂଲାଦେଶ ଖେଳାଳିମାନେ ଯେଭଳି ଅଶୋଭନୀୟ ଆଚରଣ କରିଥିଲେ ତାହା ନିଶ୍ଚିତ ଭାବେ ନିନ୍ଦନୀୟ। ପଡ଼ିଆ ଭିତରେ ସଭ୍ୟତା ଭୁଲି ଯାଇଥିବା ଏହି ଖେଳଳିମାନେ ପଡ଼ିଆ ବାହାରେ ମଧ୍ୟ କିଛି କମ୍ ଉତ୍ପାତ କରି ନଥିଲେ। ଦୁର୍ଭାଗ୍ୟଜନକ ଭାବେ ଅଧିନାୟକ ସକିବ-ଅଲ୍-ହାସନ ଏହାର ନେତୃତ୍ୱ ନେଇଥିଲେ। ଅମ୍ପାୟାରଙ୍କ ନିଷ୍ପତ୍ତିରେ ଘୋର ଅସନ୍ତୋଷ ଜାହିର କରି ନିଜ ଖେଳାଳିଙ୍କୁ ପଡ଼ିଆ ଛାଡ଼ିବାକୁ ପ୍ରବର୍ତାଇଥିବା ସକିବ ବାଂଲା ଦଳର ଡ୍ରେସିଂ ରୁମ୍ କବାଟ କାଚ୍କୁ ବି ଭାଙ୍ଗି ଦେଇଥିଲେ। ଏକଥା ମ୍ୟାଚ୍ ରେଫରି କ୍ରିସ୍ ବ୍ରଡଙ୍କ ତଦନ୍ତରୁ ଜଣାଡ଼ିଛି। ପୂର୍ବରୁ ନିଜ କୁକର୍ମ ପାଇଁ ମ୍ୟାଚ୍ ପାଉଣାର ୨୫ ପ୍ରତିଶତ ହରାଇ ସାରିଥିବା ସକିବଙ୍କ ବିରୋଧରେ ଆଇସିସି ପୁଣି କି କାର୍ଯର୍୍ୟାନୁଷ୍ଠାନ ନେଉଛି ତାହା କେବଳ ଯାହା ଦେଖିବା ବାକି ରହିଛି।
ସକିବ ଭାଙ୍ଗିଥିଲେ ଡ୍ରେସିଂ ରୁମ୍ କବାଟ
/sambad/media/post_attachments/wp-content/uploads/2018/03/Shakib-al-Hasan-Upload-GettyImage.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)