ସକିବ୍‌ଙ୍କୁ ଛାଡ଼ିଦେଲେ ୱେଷ୍ଟ୍‌ଇଣ୍ତିଜ୍‌କୁ ଭୟ ନାହିଁ

ଗ୍ରେମ୍‌ ସ୍ମିଥ୍‌

ବା˚ଲାଦେଶ ବିପକ୍ଷରେ ଖେଳିବାକୁ ଟନ୍‌ଟନ୍‌ ‌ୱେଷ୍ଟଇଣ୍ତିଜ ପାଇଁ ସବୁଠୁ ଉତ୍ତମ ସ୍ଥାନ ହେବ। ଏଠାରେ ବଲ୍‌ ବ୍ୟାଟ୍‌ ପାଖକୁ ଅତି ସହଜରେ ଆସୁଛି, ଯାହାକି ତାଙ୍କର ବ୍ୟାଟ୍ସମ୍ୟାନ ଓ ଦ୍ରୁତ ବୋଲରଙ୍କୁ ବେଶ୍‌ ସୁହାଇବ। ତେଣୁ ଏହି ମ୍ୟାଚରେ ୱେଷ୍ଟଇଣ୍ତିଜ ଜିତିବ ବୋଲି ମୁଁ ଆଶା କରୁଛି। ବର୍ତ୍ତମାନ ସୁଦ୍ଧା ଏକାଧିକ ଦଳଙ୍କୁ ବା˚ଲାଦେଶ ଆଶ୍ଚର୍ଯ୍ୟ ଚକିତ କରିଛି। ସମସ୍ତଙ୍କ ବିପକ୍ଷରେ ଦଳ ଜଣେ ମାତ୍ର ବୋଲରଙ୍କ ଉପରେ ଭରସା କରି ଆସୁଛି। ଏତେ ଉଚ୍ଚସ୍ଥାନରେ ରହି ସ୍ଥିରତା ପ୍ରଦର୍ଶନ ଦେବା ଭଳି ଦକ୍ଷତା ସକିବ ଅଲ୍‌ ହାସନ୍‌ଙ୍କର ରହିଥିବା ସେ ପ୍ରମାଣିତ କରିପାରିଛନ୍ତି। ଲଗାତର ଭାବେ ନିଜ ଦଳ ପାଇଁ ରନ୍‌ ସ˚ଗ୍ରହ କରିବା ସହ ବଲ ଉପରେ ନିୟନ୍ତ୍ରଣ ରଖିବା କୌଶଳ ଜାଣିଛନ୍ତି। କିନ୍ତୁ ତମିମ ଇକ୍‌ବାଲଙ୍କ ଭଳି ଦକ୍ଷତାସମ୍ପନ୍ନ ଖେଳାଳି ବର୍ତ୍ତମାନ ସୁଦ୍ଧା ପ୍ରତିଯୋଗିତାରେ ସେଭଳି କୌଣସି ଆଖିଦୃଶିଆ ପ୍ରଦର୍ଶନ ଦେଇପାରିନାହାନ୍ତି। ପ୍ରତିଯୋଗିତାରେ ସବୁବେଳେ ସକିବ୍‌ ପ୍ରଭାବୀ ହୋଇପାରିବେ ନାହିଁ। ତେଣୁ ଟନଟନ୍‌ରେ ବା˚ଲାଦେଶ ତାମିମଙ୍କଠୁ ବଡ ସ୍କୋର ଆଶା ରଖୁଛି।

ୱେଷ୍ଟଇଣ୍ତିଜ ନଜରରେ ସକିବ୍‌ଙ୍କୁ ଛାଡ଼ିଦେଲେ, ସେମାନେ ଅନ୍ୟ କୌଣସି ଖେଳାଳିଙ୍କୁ ଭୟ କରିବାର ଆବଶ୍ୟକ ନାହିଁ। ତେଣୁ ତାଙ୍କର ଶୀର୍ଷ ବ୍ୟାଟ୍ସମ୍ୟାନମାନେ ଭଲ ପ୍ରଦର୍ଶନ କରିବାକୁ ହେବ। ଉପର ବ୍ୟାଟ୍ସମ୍ୟାନଙ୍କଠୁ ଅଧିକ ରନ୍‌ ଆସୁନଥିବାରୁ ସେମାନେ ନିରାଶ ହେଉଛନ୍ତି। ଏପରିକି ଦଳର ବ୍ୟାଟି˚ କ୍ରମ ସେଭଳି କୌଣସି ବଡ ସଟ୍‌ ମାରି ଦଳକୁ ଜିତାଇବା ଭଳି ପ୍ରଦର୍ଶନ ଦେଇପାରିନାହିଁ। ତଥାପି ସେମାନେ ଅଧିକ କିଛି କରିବା ଭଳି ଦକ୍ଷତା ରଖୁଛନ୍ତି। ଯଦି କ୍ରିସ୍‌ ଗେଲ୍‌ଙ୍କ ବ୍ୟାଟ୍‌ ଚାଲିବ ତାହେଲେ ତାଙ୍କୁ ଶାନ୍ତ କରିବାକୁ ବା˚ଲାଦେଶକୁ ବହୁତ ସ˚ଘର୍ଷ କରିବାକୁ ହେବ। ସକିବ୍‌ଙ୍କୁ ଛାଡ଼ିଦେଲେ ଅନ୍ୟ କେହି ବି ସେଭଳି ବୋଲି˚ କରିବା କିମ୍ବା ମ୍ୟାଚରେ ନିୟନ୍ତ୍ରଣ ଆଣିବା ଭଳି ଲାଗୁନାହିଁ। ଦକ୍ଷିଣ ଆଫ୍ରିକା ବିପକ୍ଷ ବିଜୟକୁ ଛାଡ଼ିଦେଲେ, ଅନ୍ୟ ମ୍ୟାଚଗୁଡିକରେ ଧିମା ବୋଲି˚ ହେଉଥିବାବେଳେ ବ୍ୟାଟ୍ସମ୍ୟାନ ଅଧିକ ରନ୍‌ ସ˚ଗ୍ରହ କରିପାରୁନାହାନ୍ତି। ଥଣ୍ତା ଓ ଓଦାଳିଆ ପାଗ ପିଚ୍‌କୁ ସବୁବେଳେ ତାଜା ରଖୁଛି, ଯାହାକି ବା˚ଲାଦେଶର ସ୍ଥିତି ପାଇଁ ଆଦୌ ଅନୁକୂଳ ନୁହେଁ। ଏପରିକି ସେମାନଙ୍କ ପାଖରେ ମ୍ୟାଚର ମୋଡ ବଦଳାଇପାରିବା ଭଳି କେହି ଦ୍ରୁତ ବୋଲର ନାହାନ୍ତି। ଅନ୍ୟପକ୍ଷରେ ୱେଷ୍ଟଇଣ୍ତିଜର ଦ୍ରୁତ ବୋଲି˚ କ୍ରମକୁ ସାମ୍ନା କରିବା ବା˚ଲାଦେଶର ବ୍ୟାଟ୍ସମ୍ୟାନଙ୍କ ପାଇଁ ଏକ ଆହ୍ବାନ ହେବ।

ଇ˚ଲଣ୍ତ ବିପକ୍ଷରେ ୱେଷ୍ଟଇଣ୍ତିଜର ବୋଲି˚ କ୍ରମ ଫିକା ପଡିଯାଇଥିବାରୁ ସେମାନେ କିଛିଟା ନିରୁତ୍ସାହିତ ହୋଇଛନ୍ତି। ଓସେନ୍‌ ଥୋମାସଙ୍କ ବଲ୍‌ରେ ସେଭଳି ଗତି ରହୁଥିବା ଦେଖାଯାଉନାହିଁ। ଅନ୍ୟପକ୍ଷରେ ଆନ୍ଦ୍ରେ ରସେଲଙ୍କୁ ଛାଡ଼ିଦେଲେ ଦଳର ବୋଲି˚ ଲାଇନ୍‌ ପ୍ରତି ଭୟ କରିବାର ଆବଶ୍ୟକ ନାହିଁ। ତଥାପି ସେଲଡନ୍‌ କଟ୍ରେଲ ପ୍ରଭାବୀ ସାବ୍ୟସ୍ତ ହୋଇପାରିଛନ୍ତି। ସେ ଏଭଳି ଏକ ବୋଲର, ଯିଏକି ପରିସ୍ଥିତିକୁ ଅନୁଯାୟୀ ବୋଲି˚ କରିପାରିବେ ଏବ˚ ଦଳରେ ତାଙ୍କର ଭୂମିକାକୁ ସେ ସବୁବେଳେ ବୁଝିପାରନ୍ତି। ସେ ସବୁବେଳେ ଆକ୍ରାମକ ବୋଲି˚ କରିଆସୁଛନ୍ତି। ଯଦିଓ ଓସେନ୍‌ ଥୋମାସ କିମ୍ବା ଆନ୍ଦ୍ରେ ରସେଲଙ୍କ ଭଳି ତାଙ୍କର ଗତି ନାହିଁ, ତଥାପି ବ୍ୟାଟ୍ସମ୍ୟାନଙ୍କୁ ସେ ଅସୁବିଧାରେ ପକାଇପାରୁଛନ୍ତି। ଏସବୁକୁ ଦେଖିଲେ ସବୁକିଛି ୱେଷ୍ଟଇଣ୍ତିଜ ସପକ୍ଷରେ ଯାଉଛି। କିନ୍ତୁ କେବଳ ମନୋର˚ଜନକୁ ଛାଡ଼ିଦେଲେ ଦଳକୁ ମ୍ୟାଚରେ ଅଧିକ କିଛି କରି ଦେଖାଇବାକୁ ପଡିବ। ମୋତେ ଲାଗୁଛି କି, ସେମାନେ ପ୍ରତିଯୋଗିତାରେ କିଛି ଉନ୍ନତଧରଣର କରିବାକୁ ଚାହୁଁଛନ୍ତି ଏବ˚ ସେଥିରେ ସ୍ଥିରତା ଆଣିବାକୁ ଚାହୁଁଛନ୍ତି। ତେଣୁ ବିଶ୍ବକପ୍‌ରୁ ସେମାନେ ବିଦାୟ ନେବା ଭଳି ପରିସ୍ଥିତିକୁ ଏଡାଇବାକୁ ହେଲେ ବା˚ଲାଦେଶ ବିପକ୍ଷରୁ ଭଲ ଆରମ୍ଭ କରିବାକୁ ହେବ।

ସମ୍ବନ୍ଧିତ ଖବର