ନୂଆଦିଲ୍ଲୀ: କୁସ୍ତିଯୋଦ୍ଧା ବିନେଶ ଓ ବଜରଙ୍ଗ ପୁନିଆ ସେପ୍ଟେମ୍ବର ୬ତାରିଖ ଶୁକ୍ରାବର ଦିନ ଅଧିକାରିକ ଭାବେ କଂଗ୍ରେସରେ ସାମିଲ ହୋଇଛନ୍ତି। ଦୁହେଁ ହରିୟାଣା ନିର୍ବାଚନ ଲଢ଼ିବାର ଯୋଜନା ରହିଛି। ଦୁଇ ଦିନ ପୂର୍ବେ ଭିନେଶ ଫୋଗାଟ ଏବଂ ବଜରଙ୍ଗ ପୁନିଆ କଂଗ୍ରେସର ପୂର୍ବତନ ସଭାପତି ତଥା ବିରୋଧୀ ଦଳର ନେତା ରାହୁଲ ଗାନ୍ଧୀଙ୍କୁ ଭେଟିଥିଲେ। 

Advertisment

ହରିୟାଣାର ବିଜେପିର ଜଣେ ବରିଷ୍ଠ ନେତା  ଅନିଲ ବିଜ କୁସ୍ତିଯୋଦ୍ଧା ବିନେଶ ଫୋଗଟଙ୍କୁ ନେଇ କହିଥିଲେ,‘ଯଦି ବିନେଶ ଦେଶର ଝିଅରୁ କଂଗ୍ରେସ ଝିଅ ହେବାକୁ ଚାହୁଁଛନ୍ତି ଏଥିପ୍ରତି ଆମର କୌଣସି ଆପତ୍ତି ନାହିଁ। କୁସ୍ତିଯୋଦ୍ଧା ଅନେକ ଦିନ ଧରି ନ୍ୟାୟ ପାଇଁ ବିରୋଧ ପ୍ରଦର୍ଶନ କରିଥିଲେ। ଏମାନଙ୍କ ପଛରେ ସର୍ବଦା କଂଗ୍ରେସ ରହି ଆସିଛି। କୁସ୍ତିଯୋଦ୍ଧାମାନଙ୍କୁ କଂଗ୍ରେସ ଉସୁକାଉଥିଲା ସେଥିପାଇଁ ଆନ୍ଦୋଳନ ଚାଲିଥିଲା। ନଚେତ ଏହାର ସମଧାନ କେବେ ଠାରୁ ହୋଇସାରିଥାଆନ୍ତା କିନ୍ତୁ କଂଗ୍ରେସ ଏସବୁ ଚାହୁଁ ନଥିଲା। ’

ତେବେ ଏପର୍ଯ୍ୟନ୍ତ ଉଭୟଙ୍କ ଟିକେଟ୍ ସମ୍ପର୍କରେ ଦଳ ପକ୍ଷରୁ କୌଣସି ଅଧିକାରୀକ ଭାବେ ଘୋଷଣା ହୋଇ ନଥିବା ବେଳେ ସାକ୍ଷୀ ମଲିକ ନିଜର ପ୍ରତିକ୍ରିୟା ଦେଇଛନ୍ତି।

ସାକ୍ଷୀ ମଲିକ କହିଛନ୍ତି, ‘କୁସ୍ତିଯୋଦ୍ଧା ବିନେଶ ଓ ବଜରଙ୍ଗ ପୁନିଆ  ଚାକିରିରୁ  ଇସ୍ତଫା ଦେଇ ଦଳରେ ଯୋଗ ଦେଇଛନ୍ତି। ଏହା ତାଙ୍କ ବ୍ୟକ୍ତଗତ ନିଷ୍ପତ୍ତି। ମୋ କଥା କହିବାକୁ ଗଲେ ମୁଁ କହିବି ମୁଁ ସର୍ବଦା ମହିଳାଙ୍କ ନ୍ୟାୟ ପାଇଁ ଲଢ଼ୁଛି ଓ ଲଢ଼ୁଥିବି ମଧ୍ୟ। ମୋ ପାଖରେ ବି ଦଳ ପକ୍ଷରୁ ଅନେକଦିନ ହେବ ଅଫର ଥିଲା। କିନ୍ତୁ ମୁଁ କୁସ୍ତିଯୋଦ୍ଧା ଓ ମହିଳାଙ୍କ ସହିତ ଛିଡ଼ା ହେବାକୁ ଉଚିତ ମଣିଲି।’

ଅଧିକପଢ଼ନ୍ତୁ: ରେଳ ଚାକିରିରୁ ଇସ୍ତଫା ଦେବା ପରେ ଭିନେଶ କହିଲେ ଏଭଳି କଥା..