ଧୋନୀଙ୍କ ନାଚରେ ପତ୍ନୀ ସାକ୍ଷୀ ହସି ହସି ଗଡ଼ିଗଲେ

ନୂଆଦିଲ୍ଲୀ : ଭାରତୀୟ ଦଳର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ ଏବେ ରହିଛନ୍ତି ଚର୍ଚ୍ଚାରେ । ଆପଣ ଭାବୁଥିବେ ନ୍ୟୁଜିଲ୍ୟାଣ୍ଡ-ଭାରତ ଟି-୨୦ ସିରିଜକୁ ନେଇ ଧୋନୀ ଚର୍ଚ୍ଚାରେ ଥିବେ କିନ୍ତୁ ସେ ନିଜ ନାଚକୁ ନେଇ ଚର୍ଚ୍ଚାରେ ଅଛନ୍ତି ସୋସିଆଲ ମିଡ଼ିଆରେ । ଧୋନୀ କ୍ରିକେଟ ପଡ଼ିଆରେ ଯେତେ ଶାନ୍ତ ଦେଖାଯାଇଥାନ୍ତି ପଡ଼ିଆ ବାହାରରେ ସେତିକି ଚୁଲବୁଲ୍‌! ଏହାର ପ୍ରମାଣ ସ୍ୱରୂପ ଆଗରୁ ମଧ୍ୟ ତାଙ୍କ ମଜାମଉଜର ବହୁ ଭିଡ଼ିଓ ସୋସିଆଲ ମିଡ଼ିଆରେ ଭାଇରାଲ ହୋଇସାରିଛି। ନିକଟରେ ଇନଷ୍ଟାଗ୍ରାମରେ ଧୋନୀ ଦେଖାଯାଇଥିଲେ ୨୦୧୨ରେ ରିଲିଜ ହୋଇଥିବା ଚଳଚ୍ଚିତ୍ର ‘ଦେଶୀ ବଏଜ’୍‌ର ‘ଝକ ମାର କେ…’ ସଂଗୀତରେ ଠୁମକା ଲାଗାଉଥିବା ବେଳେ।

ଏହି ଭିଡ଼ିଓଟିରେ ଧୋନୀଙ୍କ ପତ୍ନୀ ସାକ୍ଷୀ , ଏକ କାଉଚରେ ବସି ଧୋନୀଙ୍କୁ ନାଚ କରିବା ପାଇଁ ଉସକାଉଥିବା ଦେଖିବାକୁ ମିଳୁଛି । ଏହା ପରେ ଧୋନୀ ମଧ୍ୟ ତାଙ୍କର ଶ୍ରେଷ୍ଠ ନାଚ ଭଙ୍ଗୀ ଦେଖାଉଛନ୍ତି। ଯାହା ଦେଖି ପତ୍ନୀ ସାକ୍ଷୀଙ୍କୁ ଖୁସି ହେବା ସହ ହସି ହସି ଗଡ଼ି ଯାଉଛନ୍ତି। ଏହି ଭିଡ଼ିଓକୁ ତାଙ୍କ ବନ୍ଧୁ ସପନା ଭବନାନୀ ଇନଷ୍ଟାଗ୍ରାମରେ ପୋଷ୍ଟ କରିଥିଲେ।

 

ଏବେ କିଛି ଦିନ ହେଲା ଧୋନୀଙ୍କ ପରିବାର ସୋସିଆଲ ମିଡ଼ିଆରେ ଚର୍ଚ୍ଚାରେ ରହୁଛନ୍ତି । ତାଙ୍କ ଝିଅ ଜିଭା ପିଆନୋ ବଜାଇବା ଏବଂ ଗୀତ ଗାଇବା ଭିଡ଼ିଓ କିଛି ଦିନ ଆଗରୁ ହୋଇଥିଲା ଭାଇରାଲ। ଏହା ଛଡ଼ା ବିରାଟ କୋହଲୀଙ୍କ ଜନ୍ମଦିନ ପାର୍ଟିରେ ମଧ୍ୟ ଗୀତ ଗାଇଥିଲେ ଜିଭା।

ଧୋନୀ ୨୦୧୪ ର ଅଷ୍ଟ୍ରେଲିଆ ଟୁରରେ ଟେଷ୍ଟ ମ୍ୟାଚରୁ ସନ୍ୟାସ ଗ୍ରହଣ କରିଥିଲେ କିନ୍ତୁ ଏହା ପରେ ମଧ୍ୟ ସେ ଭାରତୀୟ କ୍ରିକେଟ ଟିମରେ ଏକ ମହତ୍ତ୍ୱପୂର୍ଣ୍ଣ ଭୂମିକାରେ ଦେଖାଯାଆନ୍ତି। ଧୋନୀଙ୍କ ଅଧିନାୟକତ୍ୱରେ ଭାରତ ୨୦୦୭ ମସିହାରେ ଟି-୨୦ ଓ୍ଵାର୍ଲଡ଼ କପ ଏବଂ ୨୦୧୧ ମସିହାରେ ଓଡ଼ିଆଇ ଓ୍ଵାଲର୍ଡ଼ କପ ଜିତିଥିଲା।

ସମ୍ବନ୍ଧିତ ଖବର