ଭାରତୀୟ ବିଶ୍ୱ କୁସ୍ତି ଦଳରେ ସାକ୍ଷୀ

ନୂଆଦିଲ୍ଲୀ: ସଂପ୍ରତି ସଂଘର୍ଷ ଭାରତୀୟ ମହିଳା କୁସ୍ତି ତାରକା କରୁଥିବା ଅଲିମ୍ପିକ୍ସ କାଂସ୍ୟ ବିଜୟିନୀ ସାକ୍ଷୀ ମଲ୍ଲିକ ବିଶ୍ୱ ପ୍ରତିଯୋଗିତା ଲାଗି ଦଳରେ ସ୍ଥାନ ପକ୍କା କରିଛନ୍ତି। ଅକ୍ଟୋବର ୨୦ରୁ ୨୮ ତାରିଖ ପର୍ଯ୍ୟନ୍ତ ବୁଦାପେଷ୍ଟ୍‍ରେ ଆୟୋଜିତ ହେବାକୁ ଥିବା ଏହି ପ୍ରତିଯୋଗିତାରେ ସେ ୬୨ କିଲୋଗ୍ରାମ ବର୍ଗରେ ପ୍ରତିଦ୍ୱନ୍ଦ୍ୱିତା କରିବେ। ଦଳରେ ସ୍ଥାନ ପାଇବା ଲାଗି ମଙ୍ଗଳବାର ହେବାକୁଥିବା ଟ୍ରାୟଲ୍ସରେ ସାକ୍ଷୀଙ୍କ ପ୍ରତିଦ୍ୱନ୍ଦ୍ୱୀ ସରିତା ମୋର ଓହରି ଯିବାରୁ ତାଙ୍କ ସ୍ଥାନ ପକ୍କା ହୋଇଥିଲା ବୋଲି ଭାରତୀୟ କୁସ୍ତି ସଂଘର ସଚିବ ବିନୋଦ ତୋମାର ସୂଚନା ଦେଇଛନ୍ତି। ୫୩ କିଲୋଗ୍ରାମ୍‌ ବର୍ଗ ଲାଗି ମଙ୍ଗଳବାର ରିତୁ ଫୋଗତ ଏବଂ ପିଙ୍କିଙ୍କ ମଧ୍ୟରେ ଟ୍ରାଏଲ୍ସ ଜାତୀୟ ମହିଳା କୁସ୍ତି ଦଳର ପ୍ରଶିକ୍ଷକ କୁଲଦୀପ ମଲ୍ଲିକଙ୍କ ତତ୍ୱାବଧାନରେ ଅନୁଷ୍ଠିତ ହେବ।

ସମ୍ବନ୍ଧିତ ଖବର