ନୂଆଦିଲ୍ଲୀ: ଭାରତର ପ୍ରଥମ ମହିଳା ଅଲମ୍ପିକ ପଦକ ବିଜେତା କୁସ୍ତିଯୋଦ୍ଧା ସାକ୍ଷୀ ମଲ୍ଲିକ ୨୦୨୪ ନଭେମ୍ବର ୧୧ ତାରିଖରେ କନ୍ୟା ସନ୍ତାନକୁ ଜନ୍ମ ଦେଇଛନ୍ତି।
ଏହି ଖୁସି ଖବରକୁ ସା୍କ୍ଷୀ ୨୦୨୪ ନଭେମ୍ବର ୨୫ ତାରିଖ ରାତିରେ ଇନଷ୍ଟାଗ୍ରାମରେ ସେୟାର କରିଥିଲେ। ଏହି ପୋଷ୍ଟରେ ସାକ୍ଷୀ ଝିଅର ନାମ ବି ସମସ୍ତଙ୍କୁ ଜଣାଇଛନ୍ତି। ସାକ୍ଷୀ ତିନିଥର ଅଲମ୍ପିକ ଗୋଲ୍ଡ ମେଡାଲିଷ୍ଟ ଓ ୧୩ଥର ବିଶ୍ବ ଚମ୍ପିୟାନସିପ ବିଜେତା ସାଓରି ୟୋସିଦାଙ୍କ ଉପରେ ଝିଅର ନାମ ରଖିଛନ୍ତି।
ସାକ୍ଷୀ ମଲିକ ଏହି ଖୁସି ଖବରର ପୋଷ୍ଟ ସେୟାର କରି ଲେଖିଛନ୍ତି, ‘ପ୍ରାଉଡ ପ୍ୟାରେନ୍ସ। ସାକ୍ଷୀ ଓ ସତ୍ୟବ୍ରତଙ୍କୁ ଇଶ୍ବରଙ୍କ ଆର୍ଶୀବାଦ ରୁପରେ କନ୍ୟାରତ୍ନ ପ୍ରାପ୍ତ ହୋଇଛି। ଯୋସିଦା କାଦିୟାନ। ଏହି ପୋଷ୍ଟକୁ ସାକ୍ଷୀ ମଲିକଙ୍କ ସ୍ବାମୀ ସତ୍ୟବ୍ରତ କାଦିୟାନ ଇନଷ୍ଟାଗ୍ରାମରେ ହ୍ୟାଣ୍ଡେଲରେ ସେୟାର କରିଛନ୍ତି।’
ସାକ୍ଷୀ କନ୍ୟା ସନ୍ତାନର ମା’ ହେବା ଖବର ସାମ୍ନାକୁ ଆସିବା ପରେ କୁସ୍ତିଯୋଦ୍ଧାଙ୍କ ପାଖକୁ ଶୁଭେଚ୍ଛାର ସୁଅ ଛୁଟି ଆସୁଛି।
ନିକଟରେ କୁସ୍ତିଯୋଦ୍ଧାଙ୍କ ବାୟୋଗ୍ରାଫି ‘ୱିଟନେସ’ ଲଞ୍ଚ ହୋଇଛି। ଏହି ପୁସ୍ତକରେ ସାକ୍ଷୀ ମଲିକ ରେସଲିଂ ଫେଡେରେସନ ଅଫ ଇଣ୍ଡିଆ (ଡବ୍ଲୁଏଫଆଇ)ର ପୂର୍ବତନ ଅଧ୍ୟକ୍ଷ ଓ ଭାରତୀୟ ଜନତା ପାର୍ଟି(ବିଜେପି)ର ପୂର୍ବତନ ସାଂସଦ ବ୍ରିଜ ଭୂଷଣ ଶରଣ ସିଂଙ୍କ ବିରୋଧରେ ଅନେକ ଗମ୍ଭୀର ଅଭିଯୋଗ କରିଛନ୍ତି।
ପୁସ୍ତକରେ ଉଲ୍ଲେଖ ଅଛି କି ଭାରତୀୟ କୁସ୍ତି ମହାସଂଘର ଅଧ୍ୟକ୍ଷ ହେବାପାଇଁ ବ୍ରିଜ ଭୂଷଣ ଶରଣ ସିଂହ ତାଙ୍କ ରାଜନୈତିକ ଶକ୍ତିର ପ୍ରୟୋଗ କରିଥିଲେ। ଅଧ୍ୟକ୍ଷ ହେବାପରେ ସେ ତାଙ୍କ ସମର୍ଥକ ଓ ପରିବାର ସଦସ୍ୟଙ୍କୁ ରାଜ୍ୟ ସଂଘରେ ସାମିଲ କରିଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2024/11/27/4WJJACu9Yefr2oVVVfag.jpg)