ଧୋନିଙ୍କ ଲମ୍ବା କେଶକୁ ସାକ୍ଷୀଙ୍କ ନାପସନ୍ଦ

ନୂଆଦିଲ୍ଲୀ : ପୂର୍ବତନ ଭାରତୀୟ ଅଧିନାୟକ ମହେନ୍ଦ୍ର ସିଂହ ଧୋନି ଅନ୍ତର୍ଜାତୀୟ ପଦାର୍ପଣ ‌ବେଳେ ନିଜ ସାହସିକ ବ୍ୟାଟିଂ ଷ୍ଟାଇଲ୍‌ ପାଇଁ ପ୍ରସିଦ୍ଧ ଥିଲେ। କିନ୍ତୁ ସେ ମଧ୍ୟ ଆଉ ଏକ ଜିନିଷ ପାଇଁ ଲୋକପ୍ରିୟ ଥିଲେ। ତାହା ହେଉଛି ତାଙ୍କ ଲମ୍ବା ଚୁଟି ଷ୍ଟାଇଲ୍‌। ଏହାକୁ ମଧ୍ୟ ସମସ୍ତଙ୍କ ପସନ୍ଦ ନଥିଲା। ତାଙ୍କ ପତ୍ନୀ ସାକ୍ଷୀ ମଧ୍ୟ ଏହାକୁ ପସନ୍ଦ କରନ୍ତିନାହିଁ ବୋଲି‌ ଚେନ୍ନାଇ ସୁପର କିଙ୍ଗ୍ସ (ସିଏସ୍‌କେ)ର ଇନ୍‌ଷ୍ଟାଗ୍ରାମ ଲାଇଭ୍‌ ‌ସୋ’ରେ ରୁପା ରମାନିଙ୍କ ସହ କଥା ହେଲା ବେଳେ କହିଛନ୍ତି। ରମାନି ଏହି ସୋ’ରେ ଧୋନିଙ୍କ ସହ ଉଠାଇଥିବା ଏକ ପୁରୁଣା ଫଟୋ ଦେଖାଇଥିଲେ। ଯେଉଁଥି‌ରେ ଧୋନିଙ୍କର ଲମ୍ବା ଚୁଟି ଥିଲା। ଏହାର ଜବାବରେ ସାକ୍ଷୀ କହିଥିଲେ, ମୁଁ ଭାଗ୍ୟବାନ ଯେ ତାଙ୍କୁ ଲମ୍ବା ଚୁଟିରେ ଦେଖିନି। ଯଦି ମୁଁ ତାଙ୍କୁ କମଳାରଙ୍ଗୀ ଲମ୍ବା ଚୁଟିରେ ଦେଖିଥା’ନ୍ତି ତେବେ ତାଙ୍କୁ ଆନାଇ ନଥା’ନ୍ତି। କିନ୍ତୁ ତାଙ୍କ କମଳାରଙ୍ଗୀ ଚୁଟି ମୋର ପସନ୍ଦ। କମଳାରଙ୍ଗୀ ଚୁଟିରେ ତାଙ୍କୁ ଜାଣିଥିଲି। ଏହା ପରେ ତାଙ୍କୁ ଭଲ ପାଇଥିଲି। କମଳାରଙ୍ଗୀ ଚୁଟିରେ ତାଙ୍କୁ ଦେଖିଛି ଏହା ଠିକ୍‌। କେବଳ ତାଙ୍କୁ ଛୋଟ ଚୁଟିରେ ଦେଖିଥିବାରୁ ଈଶ୍ବରଙ୍କୁ ଧନ୍ୟବାଦ ଜଣାଉଛି ବୋଲି ସାକ୍ଷୀ କହିଛନ୍ତି।

ଧୋନିଙ୍କୁ ପ୍ରଥମ ଭେଟର ସ୍ମୃତିକୁ ମନେ ପକାଇ ସାକ୍ଷୀ କହିଥିଲେ ଯେ ତାଜ୍‌ରେ ଇଣ୍ଟନ୍‌ସିପ୍‌ର ଶେଷ ଦିନରେ ମୁଁ ପ୍ରଥମେ ସାଧାରଣ ସାଥୀ ଭାବେ ତାଙ୍କୁ ଭେଟିଥିଲି। ସେ ଜଣେ ସ୍ବ‌ାଭାବିକ ମଣିଷ ଥିଲେ। ସେ‌ହି ସମ‌ୟରେ ମୁଁ କ୍ରିକେଟ୍‌ ସହ ଏତେ ପରିଚିତ ନଥିଲି। ହେଲେ ସଚିନ ‌ତେନ୍ଦୁଲକର, ରାହୁଲ ଦ୍ରାବିଡ଼ ଓ ସୌରଭ ଗାଙ୍ଗୁଲିଙ୍କୁ ଜାଣିଥିଲି। କିନ୍ତୁ ମୁଁ ଜାଣିଲି ସେଠାରେ ଜଣେ ‘ପା‌ହାଡ଼ି ମଣିଷ’ ଅଛନ୍ତି। ‌ସେ ଲମ୍ବା ଚୁଟି ରଖିଥିଲା ବେଳେ ତାଙ୍କର ବଳିଷ୍ଠ ଚେହେରା ଥିଲା। ମୋ ମା’ ତାଙ୍କର ଜଣେ ପ୍ରଶଂସକ ଥିଲେ। ମୁଁ ମମିଙ୍କୁ ଭେଟି କହିଲି, ସେ ଆଉ ଲମ୍ବା ଚୁଟି ରଖୁନାହାନ୍ତି। ‌ସେ ଏବେ ‌ଚୁଟିକୁ ଛୋଟ କରି ଦେଇଛନ୍ତି ବୋଲି ସାକ୍ଷୀ ଏହି ‌ସୋ’ରେ କହିଛନ୍ତି।

ସମ୍ବନ୍ଧିତ ଖବର