ସଲାହଙ୍କୁ ସମ୍ମାନସୂଚକ ରୁଷୀୟ ନାଗରିକତ୍ୱ

ମସ୍କୋ: ଚଳିତ ଫିଫା ବିଶ୍ୱକପ୍‌ ଅବସରରେ ଇଜିପ୍ଟ ତାରକା ମହମ୍ମଦ ସଲାହଙ୍କୁ କ୍ରେମଲିନ୍‌ ସମର୍ଥିତ ଦକ୍ଷିଣ ଚେତେନ୍ୟା ମୁଖ୍ୟ ରମଜାନ୍‌ କାଦିରୋଭ୍‌ ସମ୍ମାନସୂଚକ ରୁଷୀୟ ନାଗରିକତ୍ୱ ପ୍ରଦାନ କରିଛନ୍ତି। ଏକ ସ୍ୱତନ୍ତ୍ର ରାତ୍ରିଭୋଜନ ପାର୍ଟି ଅବସରରେ ସମ୍ପୂର୍ଣ୍ଣ ଇଜିପ୍ଟ ଫୁଟ୍‌ବଲ୍‌ ଦଳକୁ ଚେଚେନ୍ୟା ମୁଖ୍ୟ ସମ୍ବର୍ଧିତ କରିଥିଲେ। ଲିଭରପୁଲ୍‌ ତାରକା ମହମ୍ମଦ ସଲାହଙ୍କୁ ସେ ମଧ୍ୟ ଡିଗ୍ରି, ବ୍ୟାଜ୍‌ ପ୍ରଦାନ କରିଥିଲେ। ରମଜାନ୍‌ କାଦିରୋଭ୍‌ ମଧ୍ୟ ଏହି ଅବସରରେ ତାଙ୍କ ସହ ଫଟୋ ଉଠାଇଥିଲେ। କିନ୍ତୁ ସଲାହଙ୍କୁ ରମଜାନ୍‌ ରାଜନୈତିକ ସ୍ୱାର୍ଥ ପାଇଁ ବ୍ୟବହାର କରୁଥିବା ଅଭିଯୋଗ ହୋଇଛି। ଚେଚେନ୍ୟା ନେତାଙ୍କ ଏଭଳି ଅଭିଯାନକୁ ମାନବିକ ଅଧିକାର ଗୋଷ୍ଠୀ ଏବଂ ଦେଶର ପାଶ୍ଚାତ୍ୟ ସରକାର ନାପସନ୍ଦ କରିଛନ୍ତି। ଏହି ରାଜନୈତିକ ପ୍ରତିଦ୍ୱନ୍ଦ୍ୱୀ ଚେଚନ୍ୟା ନେତାଙ୍କ ନାମରେ ମହିଳା ଏବଂ ସଂଖ୍ୟାଲଘୁ ଯୌନ ଉତ୍ପୀଡ଼କଙ୍କ ମଧ୍ୟରେ ଭେଦଭାବ ଆଣୁଥିବା ଅଭିଯୋଗ କରୁଥିଲେ ମଧ୍ୟ ତାହାକୁ ସେ ଖଣ୍ଡନ କରିଛନ୍ତି। ସୂଚନାଯୋଗ୍ୟ, ଚେଚେନ୍ୟା ରାଜଧାନୀ ଗ୍ରଜ୍‌ନିରେ ରହି ଇଜିପ୍ଟ ନିଜର ବିଶ୍ୱକପ୍‌ ଅଭିଯାନ ଚଳାଉଛି। ଯେଉଁଠି ବିଶ୍ୱକପ୍‌ର କୌଣସି ମ୍ୟାଚ୍‌ ଆୟୋଜିତ ହୋଇନାହିଁ।

ସମ୍ବନ୍ଧିତ ଖବର