ନୂଆଦିଲ୍ଲୀ: ଆଇପିଏଲ ୨୦୨୪ ପାଇଁ ନିଲାମି ଶେଷ ହୋଇଛି। ନିଲାମିରେ ମିଚେଲ ଷ୍ଟାର୍କ ଆଇପିଏଲ ଇତିହାସର ସବୁଠୁ ଦାମୀ ଖେଳାଳି ହୋଇଛନ୍ତି। ୨୪.୭୫କୋଟି ଟଙ୍କା ମୂଲ୍ୟରେ କୋଲକାତା ନାଇଟ୍ ରାଇଡର୍ସ ଷ୍ଟାର୍କଙ୍କୁ ଦଳରେ ଅନ୍ତର୍ଭୁକ୍ତ କରିଥିଲା। ଏହା ବ୍ୟତୀତ ପ୍ୟାଟ୍ କମିନ୍ସଙ୍କୁ ୨୦କୋଟିରୁ ଅଧିକ ମୂଲ୍ୟରେ କିଣାଯାଇଥିଲା। ସନରାଇଜର୍ସ ହାଇଦ୍ରାବାଦ କମିନ୍ସଙ୍କୁ ୨୦କୋଟିରୁ ଅଧିକ ଟଙ୍କା ଦେଇ ଦଳରେ ସାମିଲ କରିଥିଲା। କିନ୍ତୁ ଆପଣ ଜାଣନ୍ତି କି ବିରାଟ କୋହଲି, ରୋହିତ ଶର୍ମା ଏବଂ ଏମଏସ ଧୋନିଙ୍କ ପରି ଖେଳାଳି ଆଇପିଏଲ ୨୦୨୪ପାଇଁ କେତେ ଦରମା ପାଉଛନ୍ତି? ଆସନ୍ତୁ ଜାଣିବା...
୧. ଚେନ୍ନାଇ ସୁପର କିଙ୍ଗ୍ସ ଅଧିନାୟକ ମହେନ୍ଦ୍ର ସିଂ ଧୋନିଙ୍କୁ ଆଇପିଏଲ୍ ୨୦୨୪ ପାଇଁ ୧୨କୋଟି ଟଙ୍କା ବେତନ ପ୍ରଦାନ କରୁଛି। ୨୦୨୨ର ନିଲାମିରେ ଚେନ୍ନାଇ ସୁପର କିଙ୍ଗ୍ସ ଅଧିନାୟକ ଧୋନିଙ୍କୁ ୧୨କୋଟି ଟଙ୍କାରେ ଦଳରେ ରଖିଥିଲା ।
୨. ଆଇପିଏଲର ପ୍ରଥମ ସିଜିନରୁ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର(ଆରସିବି ) ସହ ଖେଳୁଥିବା ବିରାଟ କୋହଲିଙ୍କୁ ଆଇପିଏଲ୍ ୨୦୨୪ ପାଇଁ ଆରସିବି ୧୫କୋଟି ଟଙ୍କା ଦରମା ଦେଉଛି । ୨୦୨୨ମସିହାରେ ଅନୁଷ୍ଠିତ ମେଗା ନିଲାମିରେ ଆରସିବି ବିରାଟ କୋହଲିଙ୍କୁ ୧୫କୋଟି ଟଙ୍କାରେ ଦଳରେ ରଖିଥିଲା ।
୩. ଆଇପିଏଲ୍ ୨୦୨୪ ପାଇଁ ମୁମ୍ବାଇ ଇଣ୍ଡିଆନ୍ସର ପୂର୍ବତନ ଅଧିନାୟକ ରୋହିତ ଶର୍ମାଙ୍କୁ ୧୬କୋଟି ଟଙ୍କା ବେତନ ପ୍ରଦାନ କରୁଛି । ୨୦୨୨ମେଗା ନିଲାମିରେ ମୁମ୍ବାଇ ରୋହିତ ଶର୍ମାଙ୍କୁ ୧୬କୋଟି ଟଙ୍କା ମୂଲ୍ୟରେ ରଖିଥିଲା ।