ଦୁବାଇ: ନବମ ଥର ପାଇଁ ଏସିଆ କପ୍ ବିଜୟ ଭାରତୀୟ କ୍ରିକେଟ୍ପ୍ରେମୀଙ୍କ ପାଇଁ ଆଉ ଏକ ସ୍ମରଣୀୟ ମୁହୂର୍ତ ଆଣି ଦେଇଛି। ଭାରତ ଏଥି ସହିତ ଶେଷ ୫ଟି ସଂସ୍କରଣରୁ ଚତୁର୍ଥ ଥର ବିଜେତା ହୋଇ ଏସିଆ ମହାଦେଶର ଅପ୍ରତିଦ୍ବନ୍ଦ୍ବୀ କ୍ରିକେଟ୍ ଦେଶ ହୋଇଛି। ବିଜୟ ପରେ ଭାରତୀୟ କ୍ରିକେଟ୍ ଟି-୨୦ ଦଳର ଅଧିନାୟକ ସୂର୍ଯ୍ୟକୁମାର ଯାଦବ ଏକ ବଡ଼ ଘୋଷଣା କରି କହିଛନ୍ତି ଯେ, 'ମୁଁ ବ୍ୟକ୍ତିଗତ ଭାବରେ ଏହି ଟୁର୍ଣ୍ଣାମେଣ୍ଟର ମୋର ସମ୍ପୂର୍ଣ୍ଣ ମ୍ୟାଚ୍ ଫି ଭାରତୀୟ ସେନାକୁ ଦାନ କରିବାକୁ ଚାହୁଁଛି।'
ଅନ୍ୟପକ୍ଷରେ ପାକିସ୍ତାନ ଅଧିନାୟକ ସଲମାନ ଆଗା କରିଥିବା ଘୋଷଣାକୁ ନେଇ ଏବେ ବିବାଦ ଆରମ୍ଭ ହୋଇଛି।ଏସିଆ କପ୍ ହାରିବା ପରେ, ପାକିସ୍ତାନୀ ଅଧିନାୟକ ସଲମାନ ଆଗା ତାଙ୍କର ଘୋଷଣା ମାଧ୍ୟମରେ ସ୍ପଷ୍ଟ କରିଛନ୍ତି ଯେ, ସେ ଏବେ ବି ଆତଙ୍କବାଦୀଙ୍କ ସହିତ ଠିଆ ହୋଇଛନ୍ତି। ମ୍ୟାଚ୍ ହାରିବା ପରେ ପାକିସ୍ତାନୀ ଦଳର ଅଧିନାୟକ ଆଗାଙ୍କ କରିଥିବା ଘୋଷଣାକୁ ନେଇ ଏବେ ଅନେକ ପ୍ରଶ୍ନ ଉଠିଛି।
ସେପ୍ଟେମ୍ବର ୨୮ ତାରିଖରେ ଏସିଆ କପ୍ ୨୦୨୫ ଫାଇନାଲରେ ପରାଜୟ ପରେ, ସଲମାନ ଅଲି ଆଗା କହିଥିଲେ, "ଆମେ (ସମ୍ପୂର୍ଣ୍ଣ ଦଳ) ଆମର ସମ୍ପୂର୍ଣ୍ଣ ମ୍ୟାଚ୍ ଫି’ ଭାରତୀୟ ଆକ୍ରମଣରେ ପ୍ରାଣ ହରାଇଥିବା ସାଧାରଣ ନାଗରିକ ଏବଂ ପିଲାମାନଙ୍କୁ ଦାନ କରିବାକୁ ଚାହୁଁଛୁ।" ଆଗାଙ୍କ ଏଭଳି ଘୋଷଣା ସ୍ପଷ୍ଟ କରିଛି ଯେ, ପାକିସ୍ତାନୀ କ୍ରିକେଟ୍ ଦଳ ମଧ୍ୟ ଆତଙ୍କବାଦୀଙ୍କ ସହିତ ଛିଡ଼ା ହୋଇଛି।
ଉଲ୍ଲେଖଯୋଗ୍ୟ, ଏପ୍ରିଲ ମାସରେ ପାକିସ୍ତାନୀ ଆତଙ୍କବାଦୀ ଭାରତକୁ ଆସି ପହଲଗାମରେ ଆକ୍ରମଣ କରିଥିଲେ। ଏଥିରେ ୨୬ଜଣଙ୍କ ମୃତ୍ୟୁ ହୋଇଥିଲା। ଏହାର ପ୍ରତିଶୋଧ ନେବାକୁ ଭାରତ ସରକାର ଅପରେସନ ସିନ୍ଦୂର ଆରମ୍ଭ କରିଥିଲେ, ଯେଉଁଥିରେ ୧୦୦ ଜଣ ଆତଙ୍କବାଦୀ ନିହତ ହୋଇଥିଲେ। 'ଅପରେସନ୍ ସିନ୍ଦୂର' ସମୟରେ ଜୈଶ-ଏ-ମହମ୍ମଦ ମୁଖ୍ୟ ମାସୁଦ ଆଝାରର ପରିବାରର ୧୦-୧୪ ଜଣ ସଦସ୍ୟ ନିହତ ହୋଇଥିବା ରିପୋର୍ଟ ଆସିଥିଲା। 'ଅପରେସନ୍ ସିନ୍ଦୂର' କୌଣସି ସାଧାରଣ ନାଗରିକଙ୍କୁ ଟାର୍ଗେଟ କରାଯାଇନଥିବା ଭାରତୀୟ ସେନା ସ୍ପଷ୍ଟ କରିଥିଲେ। ଏମଧ୍ୟରେ ସଲମାନଙ୍କ ସାଧାରଣ ନାଗରିକଙ୍କୁ ମ୍ୟାଚ୍ ଫି’ ଦେବା ଘୋଷଣା ଅନେକ ପ୍ରଶ୍ନ ଉଠାଇଛି। ସଲମାନ ମୃତ ଆତଙ୍କବାଦୀ ପରିବାର ମ୍ୟାଚ୍ ଫି’ ଦେବେ ବୋଲି ଚର୍ଚ୍ଚା ଆରମ୍ଭ ହୋଇଯାଇଛି।
pakistan | salman-ali-agha | match-fee
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/03/18/2025-03-18t050210493z-t.jpg)
/sambad/media/media_files/2025/09/29/new-project-2-2025-09-29-10-38-25.jpg)