ପୂର୍ବାଞ୍ଚଳ ଆନ୍ତଃ ବିଶ୍ବବିଦ୍ୟାଳୟ ମହିଳା ହକି
ରାଉରକେଲା: ପାନପୋଷ କ୍ରୀଡ଼ା ଛାତ୍ରାବାସ ପଡ଼ିଆରେ ଚାଲିଥିବା ପୂର୍ବାଞ୍ଚଳ ଆନ୍ତଃ ବିଶ୍ବବିଦ୍ୟାଳୟ ମହିଳା ହକି ପ୍ରତିଯୋଗିତାର ଲିଗ୍ ପର୍ଯ୍ୟାୟ ଶେଷ ହୋଇଛି। ଏହାସହ ଶ୍ରେଷ୍ଠ ୪ଟି ଦଳ ଜାତୀୟ ବିଶ୍ବବିଦ୍ୟାଳୟ ପ୍ରତିଯୋଗିତାରେ ଭାଗନେବାକୁ ଯୋଗ୍ୟ ବିବେଚିତ ହୋଇଛନ୍ତି। ଦଳଗୁଡ଼ିକ ହେଉଛି ସମ୍ବଲପୁର ବିଶ୍ବବିଦ୍ୟାଳୟ, କିଟ୍ ବିଶ୍ବବିଦ୍ୟାଳୟ, ରାଞ୍ଚି ବିଶ୍ବବିଦ୍ୟାଳୟ ଓ ବୀର ବାହାଦୁର ସିଂହ ପୂର୍ବାଞ୍ଚଳ ବିଶ୍ବବିଦ୍ୟାଳୟ। ଗୁରୁବାରଠାରୁ ଏହି ୪ ଦଳ ମଧ୍ୟରେ ପୋଜିସନ୍ ପାଇଁ ମ୍ୟାଚ୍ ଖେଳାଯିବ।
ବୁଧବାର ଖେଳାଯାଇଥିବା ସମସ୍ତ ୪ଟିଯାକ ମ୍ୟାଚ୍ ସଂପୂର୍ଣ୍ଣ ଏକତରଫା ହୋଇଥିଲା। ଆଜିର ପ୍ରଥମ ମ୍ୟାଚ୍ରେ ସମ୍ବଲପୁର ବିଶ୍ବବିଦ୍ୟାଳୟ ସିଧାସଳଖ ୬-୦ ଗୋଲରେ ବିନୋବା ଭାବେ ବିଶ୍ବବିଦ୍ୟାଳୟକୁ ପରାସ୍ତକରିଛି। ଦଳ ପକ୍ଷରୁ ଆତେନ ଟପ୍ନୋ ସର୍ବାଧିକ ୩ଟି ଗୋଲ୍(୧୩,୧୫,୨୫) ଦେଇଥିବାବେଳେ ନୀତି ଲାକ୍ରା(୧୮), ମୁକ୍ତା ଯୋଯୋ(୨୭) ଓ ଆଞ୍ଜେଲା ଟପ୍ପୋ(୩୯) ଗୋଟିଏ ଲେଖାଏ ଗୋଲ୍ଦେଇଥିଲେ। ଦ୍ବିତୀୟ ମ୍ୟାଚ୍ରେ ବୀର ବାହାଦୂର ସିଂହ ପୂର୍ବାଞ୍ଚଳ ବିଶ୍ବବିଦ୍ୟାଳୟ ୧୨-୦ ଗୋଲ୍ରେ ଏସ.ଏନ. ବିଶ୍ବବିଦ୍ୟାଳୟ(ରାୟଗଡ଼)କୁ ପରାସ୍ତ କରିଛି। ଦଳ ପକ୍ଷରୁ ରୁଚିକା ଉପାଧ୍ୟାୟ ସର୍ବାଧିକ ୩ଟି ଗୋଲ୍(୬,୧୧,୧୫) ଦେଇଥିବାବେଳେ ପୂଜା ଯାଦବ (୮,୨୩), ବର୍ଷାପାଲ(୨୮,୩୦) ଓ ଅଙ୍କିତା ପାଲ(୨୨,୨୮) ୨ଟି ଲେଖାଏ ଗୋଲ୍ ଏବଂ କଳ୍ପନା କୁମାରୀ(୧୮), ଆସ୍ମୀନ ଖାନ(୫) ଓ ପୀତାମ୍ରି କୁମାରୀ(୨) ଗୋଟିଏ ଲେଖାଏ ଗୋଲ୍ ଦେଇଥିଲେ।
ଏହାସହ ରାଞ୍ଚି ବିଶ୍ବିଦ୍ୟାଳୟର ପିନି କାନ୍ଦିର(୨୧,୨୪,୩୭), ରାଣୀ ଆଲବେଲା ଟପ୍ପୋ(୪,୧୯), ରେଶ୍ମା ସୋରେଙ୍ଗ(୧୨), ଏଲିନ ଡୁଙ୍ଗଡୁଙ୍ଗ(୩୬) ଓ ପ୍ରମୋଦିନୀ ଲାକ୍ରା(୧୬)ଙ୍କ ଗୋଲ୍ ବଳରେ ହେମଚାନ୍ଦ ଯାଦବ ବିଶ୍ବବିଦ୍ୟାଳୟକୁ ୬-୦ ଗୋଲରେ ପରାସ୍ତ କରିଛି। ଅନ୍ତିମ ମ୍ୟାଚ୍ରେ କିଟ୍ ବିଶ୍ବବିଦ୍ୟାଳୟ ବୃହତ ବିଜୟ ହାସଲ କରିଛି। କିଟ୍ ମ୍ୟାଚ୍ସାରା ଦବ୍ଦବା ଜାରି ରଖି ୯-୦ ଗୋଲରେ କୋଲକାତା ବିଶ୍ବବିଦ୍ୟାଳୟକୁ ପରାସ୍ତକରିଛି। କିଟ୍ର ଦୀପି ମୋନିକା ଟପ୍ପୋ ସର୍ବାଧିକ ୫ଟି ଗୋଲ୍(୪,୫,୧୦,୧୭,୧୦) ଦେଇଥିବାବେଳେ ରଜନୀ ଏକ୍କା ୨ଟି(୪୦,୫୮) ଏବଂ ଅଲିଭା ଟେଟେ(୧୪) ଓ ସୁମି ମୁଣ୍ଡାରୀ(୨୯) ଗୋଟିଏ ଲେଖାଏ ଗୋଲ୍ ଦେଇଥିଲେ।