ଭାରତୀୟ ବଂଶୋଭବ ସମୀରଙ୍କୁ ବାଳକ ଏକକ ଟ୍ରଫି

ଭାରତ-ଆମେରିକୀୟ ଉଦୀୟମାନ ଟେନିସ୍ ପ୍ରତିଭା ସମୀର ବାନାର୍ଜୀ ୱିମ୍ବଲଡନ୍ ଓପନ୍‌ ବାଳକ ଏକକ ଟ୍ରଫି ଜିତିଛନ୍ତି। ରବିବାର ବାଳକ ଫାଇନାଲ୍‌ରେ ଫ୍ରେଞ୍ଚ୍‌ ଓପନ୍‌ ପ୍ରଥମ ରାଉଣ୍ଡରୁ ବିଦାୟ ନେଇଥିବା ଭାରତୀୟ ବଂଶୋଦ୍ଭବ ସମୀର ସିଧାସଳଖ ୭-୫, ୬-୩ ସେଟ୍‌ରେ ଆମେରିକାର ଭିକ୍ଟର ଲିଲୋଭଙ୍କୁ ପରାସ୍ତ କରିଥିଲେ। ଏହି ମ୍ୟାଚ୍‌ ଜିତିବାକୁ ୧୭ ବର୍ଷୀୟ ‌ସମୀର ୧ ଘଣ୍ଟା ୨୨ ମିନିଟ୍‌ ନେଇଥିଲେ। ପୂର୍ବରୁ ଭାରତୀୟ ଭାବେ ୟୁକି ଭାମ୍ବ୍ରି (୨୦୦୯ ଅଷ୍ଟ୍ରେଲିଆନ୍‌ ଓପନ୍‌), ଲିଆଣ୍ଡର ପେସ୍‌ (୧୯୯୦ ୱିମ୍ବଲଡନ୍‌, ୧୯୯୧ ୟୁଏସ୍‌ ଓପନ୍‌), ରମେଶ କ୍ରିଷ୍ଣନ୍‌ (୧୯୭୯ ଫ୍ରେଞ୍ଚ ଓପନ୍‌ ଓ ୱିମ୍ବଲଡନ୍‌) ଏବଂ ରାମନାଥ କ୍ରିଷ୍ଣନ୍‌ (୧୯୫୪ ୱିମ୍ବଲଡନ୍‌) ଗ୍ରାଣ୍ଡ ସ୍ଲାମ୍‌ ବାଳକ ଟ୍ରଫି ଜିତିଥିଲେ।

ସମ୍ବନ୍ଧିତ ଖବର