ହାଇଦ୍ରାବାଦ ଓପନ୍‌ ଜିତିଲେ ସମୀର

ହାଇଦ୍ରାବାଦ: ଶୀର୍ଷ ମାନ୍ୟତା ଭାରତୀୟ ତାରକା ସମୀର ବର୍ମା ହାଇଦ୍ରାବାଦ ଓପନ୍‌ ଟ୍ରଫି ନିଜ ନାମରେ କରିଛନ୍ତି। ରବିବାର ପୁରୁଷ ଏକକ ଫାଇନାଲ୍‌ରେ ସେ ସିଧାସଳଖ ୨୧-୧୫, ୨୧-୧୯ରେ ମାଲେସିଆର ସୁଙ୍ଗ ଜୁ ଭେନ୍‌ଙ୍କୁ ହରାଇଥିଲେ। ସେହପରି ପୁରୁଷ ଯୁଗଳରେ ସାତ୍ୱିକ ରାଙ୍କିରେଡ୍ଡୀ ଓ ଚିରାଗ ସେଟ୍ଟୀ ୨୧-୧୬, ୨୧-୧୪ରେ ଇଣ୍ଡୋନେସିଆର ଆକବର ବିଣ୍ଟାଙ୍ଗ ଚାୟୋନୋ ଓ ମୋ ରିଜା ପାଲେଭି ଇସ୍‌ଫାହାନିଙ୍କୁ ହରାଇ ଟ୍ରଫି କରାୟତ କରିଥିଲେ। ତେବେ ମିଶ୍ରିତ ଯୁଗଳରେ ଭାରତୀୟ ଯୋଡ଼ି ପ୍ରଣବ ଜେରି ଚୋପ୍ରା ଓ ଏନ୍‌ ସିକ୍କି ରେଡ୍ଡୀ ୨୧-୧୫, ୧୯-୨୧, ୨୩-୨୫ରେ ଇଣ୍ଡୋନେସିଆର ଆକବର ବିଣ୍ଟାଙ୍ଗ ଚାୟୋନୋ ଓ ଓ୍ଵିନି ଓକ୍ତାଭିନା କାଣ୍ଡୋଙ୍କଠୁ ହାରି ଉପବିଜେତାରେ ସନ୍ତୁଷ୍ଟ ହୋଇଥିଲେ।

ସମ୍ବନ୍ଧିତ ଖବର